ଝିଅକୁ ବଞ୍ଚାଇବାକୁ ଯାଇ ପୋଖରୀକୁ ଡେଇଁଲେ ମା

Advertisment
ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ

Telegraph India

ରାଜକନିକା : ରାଜକନିକା ବ୍ଲକ୍ ଶିଶୁଆ ଗ୍ରାମରେ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ଯାଉଥିବା ଶିଶୁକନ୍ୟାକୁ ଉଦ୍ଧାର କରିବାକୁ ଯାଇ ମା ପାଣିକୁ ଡେଇଁ ଗୁରୁତର ହୋଇଛନ୍ତି। ଶିଶୁକନ୍ୟା ଓ ମାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ସଂପର୍କୀୟ ଶ୍ବଶୁରଙ୍କ ଏକାଦଶକର୍ମ ପାଇଁ ଦୁଇ ଝିଅଙ୍କୁ ସାଥୀରେ ଧରି ଶିଶୁଆ ଗ୍ରାମର ଧରଣୀଧର ପ୍ରଧାନଙ୍କ ପତ୍ନୀ ଅମ୍ବିକା(୨୭)ପୋଖରୀକୁ ଗୋଧୋଇବାକୁ ଯାଇଥିଲେ। ଅମ୍ବିକା ଗାଧୋଇ ସାରି କୂଳରେ ଛିଡ଼ା ହୋଇଥିବା ବେଳେ ୭ ବର୍ଷର ଝିଅ ଜୋତ୍ସ୍ନାରାଣୀ ଗାଧୋଉଥିବା ବେଳେ ପାଣିରେ ବୁଡ଼ିଯାଉଥିବା ଦେଖିବାକୁ ପାଇଥିଲେ। ତତ୍‌କ୍ଷଣାତ୍ ଅମ୍ବିକା ଝିଅକୁ ବଞ୍ଚାଇବା ପାଇଁ ପୋଖରୀକୁ ଡେଇଁ ପଡ଼ିଥିଲେ। କୂଳରେ ବସିଥିବା ସାନ ଝିଅ ଏଭଳି ଦୃଶ୍ୟ ଦେଖି ଜୋରରେ କାନ୍ଦିବାରୁ ପରିବାର ଲୋକେ ପହଞ୍ଚି ପାଣିରୁ ମା, ଝିଅଙ୍କୁ ପାଣିରୁ ଉଦ୍ଧାର କରି ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରୁ ସେମାନଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe