ଶ୍ରୀମନ୍ଦିର ଗର୍ଭଗୃହରୁ ଘଉଡ଼ାଯିବ ମୂଷା

ଶ୍ରୀମନ୍ଦିର ପ୍ରଶାସନ-ଏଏସଆଇ ବରିଷ୍ଠ ଅଧିକାରୀ ବୈଠକ

ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ: ଦୁଇଘଣ୍ଟା ଦର୍ଶନ ବନ୍ଦ

atlasobscura.com

ପୁରୀ : ଶ୍ରୀମନ୍ଦିର ଗର୍ଭଗୃହ ମୂଷା ସମସ୍ୟାର ହେବ ସ୍ଥାୟୀ ପ୍ରତିକାର। ମୂଷାମାନଙ୍କର ପ୍ରବେଶ ପଥ ବନ୍ଦ ସହ ଘଉଡ଼ାଇବା ପାଇଁ ବିକଳ୍ପ ବ୍ୟବସ୍ଥା ଆପଣାଯିବ। ରଥଯାତ୍ରା ଶେଷପୂର୍ବରୁ ଏହି କାମ ସରିବ। ଆଜି ପ୍ରତ୍ନତତ୍ତ୍ବ ବିଭାଗ ଓ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥିସହ ରଥଯାତ୍ରା ପୂର୍ବରୁ ଓ ପରେ କେଉଁ କେଉଁ ମରାମତି ସବୁ ହେବ, ତାହା ନିଷ୍ପତ୍ତି ହୋଇଛି।

ଆଜିର ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ, ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଭୁବନେଶ୍ବର ଅଧୀକ୍ଷକ ଡି ବି ଗଡ଼ନାୟକ, ଉପଅଧୀକ୍ଷକ ପି ଆର୍‌ ଦାସ, ଶ୍ରୀମନ୍ଦିର ବୈଷୟିକ କୋର୍‌ କମିଟିର ଏନ୍‌ ସି ପାଲ୍‌, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ସମେତ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ। ଶ୍ରୀମନ୍ଦିର ମରାମତି ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ନିଷ୍ପତ୍ତି ଅନୁଯାୟୀ, ପହଣ୍ଡିରେ ବିଘ୍ନ ନ ଘଟିବା ପାଇଁ ଦିନେ ଦୁଇଦିନ ଭିତରେ ନାଟମଣ୍ଡପରେ ଲାଗିଥିବା ଲୁହା ରେଲିଂ ହଟାଯିବ। ଶ୍ରୀଜିଉ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରକୁ ଆସିବା ପରେ ଶ୍ରୀମନ୍ଦିର ଗର୍ଭଗୃହର ଆବଶ୍ୟକ ମରାମତି କରାଯିବ। ପ୍ରାଥମିକ ପର୍ଯ୍ୟାୟରେ ମୂଷାକୁ ହଟାଇବା ବ୍ୟବସ୍ଥା କରାଯିବ। ଗତବର୍ଷ ରୋଷଘରର ୫୦ ପ୍ରତିଶତ ଖରାପ ପଥର ହଟାଯାଇଥିଲା। ଚଳିତବର୍ଷ ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ବାକି ପଥର ହଟାଇ ନୂଆ ପଥର ବସାଯିବ। ନାଟମଣ୍ଡପ, ଜଗମୋହନ ଓ ଗର୍ଭଗୃହର ବି ଆବଶ୍ୟକ ମରାମତି କରାଯିବ।

ବୈଠକ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ପ୍ରଶାସକ ଶ୍ରୀ ଦାସ କହିଛନ୍ତି, ଗର୍ଭଗୃହରେ ମୂଷାର ପ୍ରତିକାର ପାଇଁ ଆଜିର ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। କେଉଁ ଉପାୟରେ ମୂଷାଙ୍କୁ ପ୍ରତିହତ କରାଯିବ, ସେସମ୍ପର୍କରେ ଚିନ୍ତା କରାଯାଇଛି। ଖୁବଶୀଘ୍ର ଶ୍ରୀଗୁଣ୍ଡିଚା ମନ୍ଦିର ମରାମତି କାମ ସାରିବାକୁ ନିଷ୍ପତ୍ତି ହୋଇଛି ବୋଲି ଶ୍ରୀ ଦାସ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe