ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ ସ୍ଥଗିତ, ମୁଖ୍ୟ ସଚିବଙ୍କୁ ଭେଟିଲେ ୨୦ଜଣିଆ ପ୍ରତିନିଧି ଦଳ

Advertisment

ଦାବି ପୂରଣ ନ ହେଲେ ସମୂହ ଛୁଟିନେଇ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ

ଦାବି ପୂରଣ ନ ହେଲେ ସମୂହ ଛୁଟିନେଇ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ

ନିୟମିତ ହେଲେ ଚୁକ୍ତିଭିତ୍ତିକ ଶିକ୍ଷକ

ଭୁବ‌ନେଶ୍ବର : ପ୍ରାଥମିକ ଶିକ୍ଷାରେ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ସହ ୨୦୦୧ରୁ ନିଯୁକ୍ତ ସମସ୍ତ ସ୍ୱେଚ୍ଛାସେବୀ ଶିକ୍ଷା ସହାୟକ, ଶିକ୍ଷା ସହାୟକ ଓ କନିଷ୍ଠ ଶିକ୍ଷକଙ୍କ ମୂଳ ଚାକିରିକୁ ସରକାରୀ ସେବା ରୂପେ ଗଣନା କରି ୬ଟି ପଦୋନ୍ନତି ପ୍ରଦାନ ଦାବି, ସମସ୍ତ ପ୍ରାଥମିକ ଶିକ୍ଷକଙ୍କୁ ସପ୍ତମ ବେତନ ଅନୁଯାୟୀ କେନ୍ଦ୍ରୀୟ ହାରରେ ଦରମା ଓ ୨୦୦୫ରୁ ନିଯୁକ୍ତ କର୍ମଚାରୀଙ୍କ ନୂତନ ପେନସନ୍ ବ୍ୟବସ୍ଥାକୁ ଉଚ୍ଛେଦ କରି ପୁରୁଣା ପେନସନ୍ ବ୍ୟବସ୍ଥା ପୁନଃପ୍ରଚଳନ କରିବା ଆଦି ଦାବି ନେଇ ଚାଲିଥିବା ଆନ୍ଦୋଳନରୁ ଓହରିଛି ପ୍ରାଥମିକ ଶିକ୍ଷକ ସଂଘ।

ଗତକାଲି ମୁଖ୍ୟ ସଚିବ ଏବଂ ଅନ୍ୟ ଅଧିକାରୀମାନେ ସଂଘର ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ ବି କିଛି ସୁଫଳ ମିଳିନଥିଲା। ଆଜି ୪ର୍ଥ ଦିନରେ ଆନ୍ଦୋଳନ ପହଞ୍ଚିଥିବା ବେଳେ ସଂଘ ପକ୍ଷରୁ ୨୦ଜଣିଆ ପ୍ରତିନିଧ ଦଳ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଥିଲେ। ଦାବି ଉପରେ ଆଲୋଚନା ପାଇଁ ସରକାର ଶିକ୍ଷକ ସଂଘକୁ ଲିଖିତ ଆକାରରେ ପ୍ରତିଶ୍ରୁତି ଦେଇଛନ୍ତି। ସେମାନଙ୍କ ଦାବି ସମ୍ପର୍କରେ ବିଚାର କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୪ଜଣିଆ କମିଟି ଗଠନ କରାଯାଇଛି।

publive-image

ଏହି କମିଟିରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପ୍ରମୁଖ ସଚିବ, ଅର୍ଥ ବିଭାଗ ପ୍ରମୁଖ ସଚିବ ସଦସ୍ୟ ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଏହାର ଆବାହକ ସଦସ୍ୟ ରହିବେ। ଏହି କିମିଟି ଆସନ୍ତା ଡିସେମ୍ବର ୧୬ରୁ ୨୦ ତାରିଖ ମଧ୍ୟରେ ଶିକ୍ଷକଙ୍କ ଦାବିନେଇ ଆଲୋଚନା କରିବା ସହ ନିଷ୍ପତ୍ତି ନେବେ ବୋଲି କୁହାଯାଇଛି। ତେବେ ଏହାପରେ ପ୍ରାଥମିକ ଶିକ୍ଷକ ସଂଘ ଆନ୍ଦୋଳନକୁ ସ୍ଥଗିତ ରଖିଥିବା ଜଣାପଡ଼ିଛି।

ଆଗାମୀ ୨୦ ତାରିଖରେ ଦାବି ପୂରଣ ନ ହେଲେ ୨୧ତାରିଖ ଦିନ ସମୂହ ଛୁଟି ନେଇ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ରାଜ୍ୟ ସଭାପତି ବ୍ରହ୍ମାନନ୍ଦ ମହାରଣା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe