ପୌର ପାଣ୍ଠିରେ ପଡ଼ିଛି ଗଣ୍ଠି

ଖୋର୍ଦ୍ଧା ପୌରପାଳିକାରେ ମୁକ୍ତା ଯୋଜନାଠାରୁ ପେଭରରୋଡ୍ ଏଭଳି ସଂଖ୍ୟାଧିକ ଯୋଜନାରେ ପାଣ୍ଠି ଖର୍ଚ୍ଚ ହୋଇପାରୁନାହିଁ। ମିଳିଥିବା ତଥ୍ୟାନୁସାରେ ଚଳିତ ବର୍ଷ ଜୁଲାଇ ୨୮ତାରିଖ ସୁଦ୍ଧା ପୌରପାଳିକାର ପ୍ରାୟ ୧୬କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇପାରିନାହିଁ।

sfhfshshsshf

ଖୋର୍ଦ୍ଧ: ଖୋର୍ଦ୍ଧା ପୌରପାଳିକାରେ ମୁକ୍ତା ଯୋଜନାଠାରୁ ପେଭରରୋଡ୍ ଏଭଳି ସଂଖ୍ୟାଧିକ ଯୋଜନାରେ ପାଣ୍ଠି ଖର୍ଚ୍ଚ ହୋଇପାରୁନାହିଁ। ମିଳିଥିବା ତଥ୍ୟାନୁସାରେ ଚଳିତ ବର୍ଷ ଜୁଲାଇ ୨୮ତାରିଖ ସୁଦ୍ଧା ପୌରପାଳିକାର ପ୍ରାୟ ୧୬କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇପାରିନାହିଁ। ପୌରପାଳିକା ପକ୍ଷରୁ ଖର୍ଚ୍ଚ ନହେବା ପଛର ବିଭିନ୍ନ କାରଣ ଦର୍ଶାଯାଉଛି, କିନ୍ତୁ ରା‌ଜନୈତିକ ଅଭିସନ୍ଧିରୁ ପାଣ୍ଠିରେ ଗଣ୍ଠି ପଡ଼ିଥିବା ଆଲୋଚନା ହେଉଛି। 

ଖର୍ଚ୍ଚ ନହୋଇ ରହିଥିବା ୧୬କୋଟି ଟଙ୍କା ପ୍ରାୟତଃ ୧୬ଟି ଭିନ୍ନ ଭିନ୍ନ ଏକାଉଣ୍ଟ୍‌ରେ ପଡ଼ି ରହିଛି। ଡିଭୋଲ୍ୟୁସନ୍‌ ଫଣ୍ଡରେ ୩କୋଟି ୭୮ଲକ୍ଷ ୬୪ହଜାର ଟଙ୍କା। 

ସେହିଭଳି ପେଭର ବ୍ଲକ୍‌ ରୋଡ୍‌ ଯୋଜନରେ  ୩କୋଟି ୧୯ଲକ୍ଷ ଟଙ୍କା ୯୦ହଜାର ଟଙ୍କା ଖର୍ଚ୍ଚ ହୋଇପାରିନାହିଁ। କେବଳ ଏହାନୁହେଁ ଖୋର୍ଦ୍ଧା ସହରରେ ଏହି ପେଭର ବ୍ଲକ୍‌ ବିଛାଇବାରେ ସବୁଠାରୁ ବେଶି ଦୁର୍ନୀତି ଓ ନିମ୍ନମାନର କାର୍ଯ୍ୟ ହେଉଛି। କାମଗୁଡ଼ିକର ଟେଣ୍ଡର ହୋଇପାରିନଥିବାରୁ ପାଣ୍ଠିର ବିନିଯୋଗ ହୋଇପାରୁନଥିବା କୁହାଯାଉଛି। କିନ୍ତୁ ବାସ୍ତବରେ ଟେଣ୍ଡରରେ ନୁହେଁ କେଉଁଠି କାମ ହେବ ଓ କିଏ କାମ ପାଇବ, ସେହି ଅଙ୍କ ଛିଣ୍ଡୁନି ବୋଲି ଟେଣ୍ଡର ହୋଇପାରୁନଥିବା ଜଣାଯାଇଛି। ସେହିପରି ଉନ୍ନତି ଯୋଜନାରେ(ମୁକ୍ତା) ୩ କୋଟି ୫୧ ଲକ୍ଷଟଙ୍କା ଆସିଛି, କିନ୍ତୁ ଖର୍ଚ୍ଚ ହୋଇପାରୁନାହିଁ।

ଅନୁରୂପ ଭାବେ ସିସିଏ ଯୋଜନାରେ କୋଟିଏ ୬୬ଲକ୍ଷ ୭୭ହଜାର ଟଙ୍କାର ଆକ୍ସନ-ପ୍ଲାନ୍‌ ପଡ଼ି ରହିଛି। ସ୍ପେସିଆଲ୍ ପ୍ରୋଭିଡେଣ୍ଡ୍‌ ଫଣ୍ଡରେ ପଡ଼ିଛି କୋଟିଏ ୨୬ଲକ୍ଷ ୫୦ହଜାର ଟଙ୍କା। ସେହିପରି ଶ୍ମଶାନ ପାଇଁ ଆସିଥିଲା ୨୦ଲକ୍ଷ ୫୯ହଜାର, ସେହି ପାଣ୍ଠିରେ ବି ଗଣ୍ଠି ପଡ଼ିଛି।  ଏତିକି ଟଙ୍କାରେ ତିନି ଗୋଟି ପ୍ରକଳ୍ପ ହେବା କଥା। ଗୋଟିଏ ମୁକୁନ୍ଦପ୍ରସାଦ ବାଇପାସ୍‌ ରୋଡ୍‌ ଓ ଦ୍ବିତୀୟଟି ୱାର୍ଡ ନମ୍ବର ୩ ବରୁଣେଇ ରୋଡ୍‌ରେ। ଖବର ନେବାରୁ ଜଣାଯାଇଛି‌, ଉଭୟ ସ୍ଥାନରେ ଶ୍ମଶାନ ଭୂଇଁର ବିକାଶ ପାଇଁ ପ୍ରଥମେ ରାଜସ୍ବ ବିଭାଗର ସବୁଜ ସଙ୍କେତ ଆବଶ୍ୟକ। କିନ୍ତୁ ଖୋର୍ଦ୍ଧା ତହସିଲ୍‌ଦାରଙ୍କଠାରୁ ଏନେଇ ଆବଶ୍ୟକ ମାପଚୁପ କି ରି ପୋର୍ଟ ଦାଖଲ ହୋଇନାହିଁ।  ଭଲିଆବାଡ଼ି ୱାର୍ଡ ନମ୍ବର ୯ରେ ୩ୟ ପ୍ରକଳ୍ପ ଚାଲିଛି।  ମୁକ୍ତା ଯୋଜନାରେ ମିଶନଶକ୍ତି ଗୃହ ପାଇଁ ସରକାର ୩୦ଲକ୍ଷ ୫୨ହଜାର ଟଙ୍କା ଆସିଛି। ଏହି ଅନୁଦାନରେ ତିନିଟି ପ୍ରକଳ୍ପ ହେବା କଥା।  କିନ୍ତୁ, ୱାର୍ଡ ନମ୍ବର ୭ ସାମନ୍ତରାୟପୁର, ବାସେଳି ସାହି(ୱାର୍ଡ ନମ୍ବର ୧୩) ଓ ମୁକୁନ୍ଦପ୍ରସାଦ ୱାର୍ଡ ନମ୍ବର ୨୧ରେ ଜାଗାର ସମସ୍ୟା ଥିବାରୁ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣରେ ବାଧା ଉପୁଜିଥିବା ଜଣାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe