The mystery of the rice scam: ଧାନକିଣା ଅବ୍ୟବସ୍ଥାର ଗୁମର କଥା: ମହାନଦୀ ଭିତରେ, ଆର୍‌ଆଇ ଅଫିସରେ ଚାଷ ହୋଇଛି

Advertisment

ରାଜ୍ୟରେ ଧାନକିଣାରେ ଅବ୍ୟବସ୍ଥାକୁ ନେଇ ସରକାର ଅକଳରେ ପଡ଼ିଛନ୍ତି। ଏବେ ସୁଦ୍ଧା ୩୦ଟି ଯାକ ଜିଲ୍ଲାରେ ମଣ୍ଡି ଖୋଲି ଧାନକିଣା ଆରମ୍ଭ ‌ହୋଇଥିଲେ ହେଁ ବିଳମ୍ବରେ ମଣ୍ଡି ଖୋଲିଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି।

ରାଜ୍ୟରେ ଧାନକିଣାରେ ଅବ୍ୟବସ୍ଥାକୁ ନେଇ ସରକାର ଅକଳରେ ପଡ଼ିଛନ୍ତି। ଏବେ ସୁଦ୍ଧା ୩୦ଟି ଯାକ ଜିଲ୍ଲାରେ ମଣ୍ଡି ଖୋଲି ଧାନକିଣା ଆରମ୍ଭ ‌ହୋଇଥିଲେ ହେଁ ବିଳମ୍ବରେ ମଣ୍ଡି ଖୋଲିଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି।

mandi

ଭୁବନେଶ୍ବର: ରାଜ୍ୟରେ ଧାନକିଣାରେ ଅବ୍ୟବସ୍ଥାକୁ ନେଇ ସରକାର ଅକଳରେ ପଡ଼ିଛନ୍ତି। ଏବେ ସୁଦ୍ଧା ୩୦ଟି ଯାକ ଜିଲ୍ଲାରେ ମଣ୍ଡି ଖୋଲି ଧାନକିଣା ଆରମ୍ଭ ‌ହୋଇଥିଲେ ହେଁ ବିଳମ୍ବରେ ମଣ୍ଡି ଖୋଲିଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି। ସରକାର ଜଣେ ଚାଷୀଙ୍କଠାରୁ ସର୍ବାଧିକ ୧୫୦ କ୍ବିଣ୍ଟାଲ୍‌ ଧାନ କିଣିବାକୁ ନିୟମ କରିଥିବାରୁ ବିଭିନ୍ନ ସ୍ଥାନରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏପରିକି ଏଥର ଚାଷୀଙ୍କଠାରୁ କମ୍‌ ଧାନ କିଣିବାକୁ ରାଜ୍ୟ ସରକାର ସର୍ଭେ ଆଳ ଦର୍ଶାଇ ବହୁ ଚାଷ ଜମିକୁ ବାଦ୍‌ ଦେଇଥିବା ଅଭିଯୋଗ କରାଯାଉଛି। ଧାନକିଣାରେ ଅବ୍ୟବସ୍ଥା ‌ଦର୍ଶାଇ ନବନିର୍ମାଣ କୃଷକ ସଂଗଠନ ସମେତ ବିଜେଡି ଓ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି। ସରକାରଙ୍କ ଅଜବ ନିୟମ ପାଇଁ ରାଜ୍ୟର ଲକ୍ଷାଧିକ କ୍ଷୁଦ୍ର ଓ ମଧ୍ୟମଧରଣର ଚାଷୀ ହଇରାଣ ହେଉଥିବା କୁହାଯାଉଥିବାବେଳେ ଯୋଗାଣ ବିଭାଗର ତଥ୍ୟ ଏବେ ଧାନକିଣାକୁ ନେଇ ଚାଲିଥିବା କଳିର ଗୁମର ଫିଟାଇଛି।

Union Budget: କେନ୍ଦ୍ର ବଜେଟ୍ ୨୦୨୬-୨୭ ପାଇଁ ହାଲୱା ଉତ୍ସବ

ଯୋଗାଣ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ଏଥର ସାଟେଲାଇଟ୍ ସର୍ଭେରେ ୨୬,୧୧,୫୩୫ଟି ଜମିରେ ଧାନଚାଷ ହେଉନଥିବା ସନ୍ଦେହ ହୋଇଥିଲା। ଏହାପରେ କ୍ଷେତ୍ରସ୍ତରୀୟ ସର୍ଭେରେ ଏଥିରୁ ମାତ୍ର ୫,୩୬,୫୮୮ଟି ଜମିରେ ଧାନଚାଷ ହେଉଥିବା ଜଣାପଡ଼ିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨୦,୫୩,୯୪୮ଟି ଜମିରେ ଧାନଚାଷ ହୋଇନି। ବାକି ୨୦,୯୯୯ଟି ଜମିର ସର୍ଭେ ରିପୋର୍ଟ ଆସିନି। ହେଲେ ଯେତିକି ଜମି‌ର ସର୍ଭେ ରିପୋର୍ଟ ଆସିଛି, ସେଥିରୁ ପ୍ରାୟ ୪ଲକ୍ଷ ଏକର ଜମିରେ ଧାନ ଚାଷ ହୋଇନି। ଏଥିରୁ ଅଧିକାଂଶ ପୋଖରୀ, ପାନ ବରଜ, ଆଖୁ କିଆରି, ପରିବା ଚାଷ ହେଉଥିବା କିମ୍ବା ଖାଲି ପଡ଼ିଆ ଓ ଘର ଥିବା ଜମି ଅଛି। ‌ସବୁଠୁ ଆଶ୍ଚର୍ଯ୍ୟ କଥା ଏଥର ଆର୍‌ଆଇ ଅଫିସ, ସ୍କୁଲ, ଖେଳ ପଡ଼ିଆ, ମହାନଦୀ ଭିତରେ ଧାନଚାଷ ହେଉଥିବା ଦର୍ଶାଇ ଚାଷୀ ପଞ୍ଜୀକରଣ କରିଥିଲେ। ସେଗୁଡ଼ିକୁ ସର୍ଭେ ପରେ ବାଦ୍‌ ଦିଆଯାଇଛି।  

୨୬ ହଜାର ଚାଷୀ ୧୫୦ କ୍ବିଣ୍ଟାଲ୍‌ରୁ ଅଧିକ ଧାନ ବିକିପାରୁନାହାନ୍ତିି
ଜାଲ୍ ତଥ୍ୟ କାରଣରୁ ୪ ଲକ୍ଷ ଏକର ଜମି କଟିଲାଣି
ଜନଧନ ଆକାଉଣ୍ଟ ପାଇଁ ୮ ହଜାର ଚାଷୀ ହଇରାଣ

ଅପରପକ୍ଷେ ରାଜ୍ୟରେ ଚଳିତବର୍ଷ ଧାନକିଣା ପ୍ରକ୍ରିୟା ୮ଦିନ ବିଳମ୍ବରେ ଆରମ୍ଭ ହୋଇଥିବାବେଳେ ବଡ଼ ଚାଷୀଙ୍କ ତୁଳନାରେ କ୍ଷୁଦ୍ର ଓ ମଧ୍ୟମଧରଣର ଚାଷୀ କିପରି ଅଧିକରୁ ଅଧିକ ଧାନ ବିକିପାରିବେ ତାକୁ ଧ୍ୟାନ ଦିଆଯାଇଥିବା ଯୋଗାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଯେଉଁଥି ପାଇଁ ଆଜି ସୁଦ୍ଧା ମୋଟ୍ ଧାନ ସଂଗ୍ରହ ପ୍ରାୟ ୫ ମେଟ୍ରିକ୍‌ ଟନ୍ କମ୍‌ ଥିଲେ ହେଁ ବିଭିନ୍ନ ଜିଲ୍ଲାରେ ପୂର୍ବ ବର୍ଷ ତୁଳନାରେ ଅଧିକ ଚାଷୀ ଧାନ ବିକିଛନ୍ତି। ଉଦାହରଣ ସ୍ବରୂପ ସୁବର୍ଣ୍ଣପୁରରେ ଗତବର୍ଷ ଏହି ସମୟ ସୁଦ୍ଧା ୫୭,୦୩୭ଜଣ ଚାଷୀ ୩,୦୬,୧୯୪ ମେଟ୍ରିକ୍‌ ଟନ୍ ଧାନ ବିକିଥିବାବେଳେ ଚଳିତବର୍ଷ ୬୩,୧୯୫ ଜଣ ଚାଷୀ ୩,୨୫,୬୯୧ ମେଟ୍ରିକ୍‌ ଟନ୍‌ ବିକିଛନ୍ତି। ସମ୍ବଲପୁରରେ ଗତବର୍ଷ ୫୭,୪୦୨ଜଣ ଚାଷୀ ୩,୧୨,୨୬୧ ମେଟ୍ରିକ୍‌ ଟନ୍ ବିକିଥିବାବେଳେ ଚଳିତବର୍ଷ ୬୨,୫୩୪ ଜଣ ଚାଷୀ ୩,୦୯,୫୬୦ ମେଟ୍ରିକ୍‌ ଟନ୍, ଗଞ୍ଜାମରେ ୩୬୨୪୧ଜଣ ଚାଷୀ ୧,୬୪,୪୫୩ ମେଟ୍ରିକ୍‌ ଟନ୍ ଧାନ ବିକିଥିବାବେଳେ ଚଳିତବର୍ଷ ୬୩,୭୪୨ ଜଣ ଚାଷୀ ୨,୩୦,୬୨୭ ମେଟ୍ରିକ୍‌ ଟନ୍ ଧାନ ବିକିଛନ୍ତି। ସେହିପରି ବୌଦ୍ଧ, ଢେଙ୍କାନାଳ, ଗଜପତି, ଜଗତସିଂହପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କୋରାପୁଟ, ନୟାଗଡ଼, ନୂଆପଡ଼ା ଆଦି ଜିଲ୍ଲାରେ ପୂର୍ବ ବର୍ଷ ତୁଳନାରେ ଅଧିକ ଚାଷୀ ଧାନ ବିକିଛନ୍ତି। କିନ୍ତୁ ବହୁ ସ୍ଥାନରେ ଅଧିକ ଚାଷୀ ଧାନ ବିକିଥିଲେ ବି ମୋଟ୍ ଧାନକିଣା କମ୍ ହୋଇଛି। ଏନେଇ ଯୋଗାଣ ବିଭାଗର ଜଣେ ଅଧିକାରୀ କହିଛନ୍ତି, ଜଣେ ଚାଷୀଙ୍କଠାରୁ ସର୍ବାଧିକ ୧୫୦ କ୍ବିଣ୍ଟାଲ୍‌ ଧାନ କିଣିବାକୁ ସ୍ଥିର ହୋଇଛି।

Health: କ୍ୟାନ୍ସର-କିଡ୍‌ନି ବ୍ୟାପିବା ଘଟଣା: ପାନୀୟ ଜଳ ପରୀକ୍ଷା ପାଇଁ ନମୁନା ସଂଗ୍ରହ

ଏଥିପାଇଁ ୨ଟି ପର୍ଯ୍ୟାୟରେ ଟୋକନ୍ ଦିଆଯାଇଛି। ଜଣେ ଚାଷୀଙ୍କଠାରୁ ଥରକରେ ସର୍ବାଧିକ ୭୫ କ୍ବିଣ୍ଟାଲ୍‌ ଧାନକିଣା ଯାଉଥିବାରୁ କମ୍ ଧାନକିଣା ହୋଇଛି। କିନ୍ତୁ ସବୁ ‌କ୍ଷୁଦ୍ର ଓ ମଧ୍ୟମ ଚାଷୀଙ୍କଠାରୁ ଧାନ କିଣିବାକୁ ନିଷ୍ପତ୍ତି ହୋଇଥିବାରୁ ବଡ଼ ଚାଷୀ, ଦଲାଲ୍‌ମାନେ ଯେପରି ଅଧିକ ଧାନ ବିକି ପାରିବେନି ସେଥିପାଇଁ ଏହି ନିୟମ କରାଯାଇଛି। ହେଲେ ଏହାଦ୍ବାରା ବହୁ ବଡ଼ ଚାଷୀ ପ୍ରଭାବିତ ହେବେନି। କାରଣ ପ୍ରାୟ ୨୬ହଜାର ଚାଷୀ ୧୫୦ କ୍ବିଣ୍ଟାଲ୍‌ରୁ ଅଧିକ ଧାନ ବିକିବାକୁ ପଞ୍ଜୀକରଣ କରିଛନ୍ତି। ପୂର୍ବରୁ ବଡ଼ ଚାଷୀ, ଗାଁ ଗାଁରେ ବୁଲୁଥିବା ଦଲାଲ୍‌ମାନେ ଧାନ ଆଣି ଅଧିକ ମାତ୍ରାରେ ମଣ୍ଡିରେ ବିକୁଥିବାରୁ କ୍ଷୁଦ୍ର ଚାଷୀଙ୍କୁ ବହୁତ ଦିନ ମଣ୍ଡିରେ ଅପେକ୍ଷା କରିବାକୁ ପଡ଼ୁଥିଲା ଏବଂ ଧାନ ଖାଲି ହେଲେ କିଣୁଥିଲେ। ଏଥର କିନ୍ତୁ ସେଭଳି ସ୍ଥିତି ନାହିଁ। ଗତବର୍ଷ ୧୭ ଲକ୍ଷ ଚାଷୀ ଧାନ ବିକିବାକୁ ପଞ୍ଜୀକରଣ କରିଥିବାବେଳେ ଏଥିରୁ ପ୍ରାୟ ୯୦ ହଜାର ଚାଷୀ ୧୦୦ କ୍ବିଣ୍ଟାଲ୍‌ରୁ ଅଧିକ ଧାନ ବିକିଥିଲେ। ଏପରିକି ଜଣେ ଚାଷୀ ୧୦୫୦ କ୍ବିଣ୍ଟାଲ୍‌ ବିକିଥିଲେ। ଏଥର କ୍ଷୁଦ୍ର ଚାଷୀଙ୍କୁ ସୁଯୋଗ ଦେବାକୁ ସର୍ବାଧିକ ୧୫୦ କ୍ବିଣ୍ଟାଲ୍‌ ଧାନ ବିକିବାକୁ ଅନୁମତି ଦିଆଯାଇଛି। 

ସେହିପରି ଜନଧନ ଆକାଉଣ୍ଟ ଏବେ ଧାନବିକା ପ୍ରାପ୍ୟ ପାଇବାରେ ସମସ୍ୟା ହେଉଥିବା ନଜରକୁ ଆସିଛି। ଏହି ଆକାଉଣ୍ଟରେ ସର୍ବାଧିକ ୫୦ ହଜାର ଟଙ୍କା ନେଣଦେଣ କରିବାର ନିୟମ ଥିବାରୁ ପ୍ରାୟ ୮ ହଜାର ଚାଷୀଙ୍କର ଏହିଭଳି ଆକାଉଣ୍ଟ ଯୋଗୁ ସେମାନେ ପ୍ରାପ୍ୟ ପାଇନଥିଲେ। ସେମାନଙ୍କୁ ବ୍ୟାଙ୍କକୁ ଯାଇ ଅଣ-ଜନଧନ ଆକାଉଣ୍ଟ କରିବାକୁ କୁହାଯାଇଛି। ଏହା‌ପରେ ସେମାନଙ୍କୁ ପ୍ରାପ୍ୟ ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe