ପୁରୀ : ନୂଆ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଦାୟିତ୍ବ ଗ୍ରହଣ କରିବା ପରେ ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି। ବୁଧବାର ଦିନ ଶ୍ରୀ ମାର୍ଣ୍ଡି ସପତ୍ନିକ ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ। ପରେ ଅନ୍ୟ ଦେବାବେଦୀଙ୍କୁ ଦର୍ଶନ କରିଥିଲେ। ଏହି ଅବସରରେ ଶ୍ରୀ ମାର୍ଣ୍ଡିଙ୍କୁ ରାଜ୍ୟ ଯୁବ ବିଜେଡି ଉପସଭାପତି ଶୁଭାଶିଷ ଖୁଣ୍ଟିଆ ଓ ଅନ୍ୟମାନେ ଶ୍ରୀମନ୍ଦିରରେ ଦର୍ଶନ କରାଇଥିଲେ। ଶ୍ରୀ ଖୁଣ୍ଟିଆ ଓ ସେବାୟତମାନେ ମନ୍ତ୍ରୀ ଶ୍ରୀ ମାର୍ଣ୍ଡିଙ୍କୁ ଲାଗି ଖଣ୍ଡୁଆ ଭେଟି ଦେଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us