ନବଜାତ ଶିଶୁକନ୍ୟା ଗାଏବ୍‌ !

ନବଜାତ ଶିଶୁକନ୍ୟା ଗାଏବ୍‌ !

MadeForMums

ଯୁଯୁମୁରା: ସମ୍ବଲପୁର ଜିଲ୍ଲା ଯୁଯୁମରା ଥାନା ଅଂଚଳରୁ ଜଣେ ନବଜାତ ଶିଶୁକନ୍ୟା ଗାଏବ ହୋଇଥିବା ବେଳେ ଏଥିରେ ତାଙ୍କ ପିତାମାତାଙ୍କ ଭୂମିକା ସନ୍ଦେହ ଘେରରେ ରହିଛି। ସଂପୃକ୍ତ ଦମ୍ପତି ଘରେ ଆଜି ତାଲା ପକାଇ କୁଆଡ଼େ ଚାଲିଯାଇଥିବା ଜଣାପଡ଼ିଛି। ଅପରପକ୍ଷରେ ନବଜାତ ଶିଶୁକନ୍ୟାକୁ ବିକ୍ରି କରିଦିଆଯାଇଥିବା ଅଂଚଳରେ ଚର୍ଚ୍ଚା ହେଉଛି।

ପ୍ରାପ୍ତ ସୂଚନା ଅନୁସାରେ, ଯୁଯୁମୁରା ବ୍ଲକ୍ ଲିପିଣ୍ଡା ପଞ୍ଚାୟତ ନାରଂଗୀପାଲି ଗାଁର ଜଣେ ଗର୍ଭବତୀ ମହିଳା ୩ ଦିନ ତଳେ ଯୁଯୁମୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥି‌ଲେ। ତାଙ୍କର ପୂର୍ବରୁ ୨ଟି ସନ୍ତାନ ଥିବା ବେଳେ ସେ ପୁଣି ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଗତକାଲି ଏହି ଦମ୍ପତି ନବଜାତ ଶିଶୁକନ୍ୟାକୁ ସାଂଗରେ ନନେଇ ସେମାନେ ଏକାକୀ ଗାଁକୁ ଫେରିଥିଲେ। ଗାଁ ଲୋକେ ପଚରାଉଚରା କରିବାରୁ ସେମାନେ ତାଙ୍କର ଜଣେ ସଂପର୍କୀୟଙ୍କୁ ନବଜାତ ଶିଶୁକନ୍ୟାକୁ ଦେଇଥିବା ସଫେଇ ଥିଲେ।

ଅଂଗନଓ୍ବାଡ଼ି କର୍ମୀ ତଥ୍ୟ ସଂଗ୍ରହ ପାଇଁ ଯାଇଥିବା ବେଳେ ସନ୍ତୋଷଜନକ ଉତ୍ତର ଦେଇନଥିଲେ। ଆଜି ପୁଣି ଅଂଗନୱାଡ଼ି କର୍ମୀ ସଂପୃକ୍ତ ଦମ୍ପତିଙ୍କ ଘରକୁ ଯାଇ ପଚରାଉଚରା କରିଥିଲେ। ଏହା ପରେ ସଂପୃକ୍ତ ଦମ୍ପତି ଘରେ ତାଲା ପକାଇ କୁଆଡ଼େ ଚାଲିଯାଇଥିବା ଜଣାପଡ଼ିଛି। ଏ ସଂକ୍ରାନ୍ତରେ ଯୁଯୁମୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କୁ ପଚାରିବାରୁ ସେ କିଛିଦିନ ହେଲା ଛୁଟିରେ ଥିବାରୁ ଏନେଇ କିଛି ଜାଣିନଥିବା କହିଛନ୍ତି। ଅପରପକ୍ଷରେ ଡିପିଏମ୍‌ ତଥା କାର୍ଯ୍ୟରତ ଅନ୍ୟ ଡାକ୍ତରଙ୍କ ସହିତ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେହେଁ କେହି କଲ୍‌ ରିସିଭ୍ ନକରିବାରୁ ସେମାନଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe