ବର୍ଜ୍ୟ ଜଳରୁ ଜାଣିହେବ କୋଭିଡର ପରବର୍ତୀ ଲହର

ପ୍ରଥମ ପର୍ଯ୍ୟାୟରେ ୩ ସହର, ପରେ ୨ସହରରେ ହେବ ଗବେଷଣା

କୋଭିଡ ପରବର୍ତୀ ସ୍ବାସ୍ଥ୍ୟ ସମସ୍ୟାର ଅନୁଧ୍ୟାନ ପାଇଁ ଗଠନ ହେଲା କମିଟି

Moneycontrol

ଭୁବନେଶ୍ବର : ଗୋଷ୍ଠୀ ବର୍ଜ୍ୟ ଜଳରୁ ଜଣାପଡ଼ିବ କୋଭିଡର ପରବର୍ତୀ ଲହର। ଦେଶର ଏକାଧିକ ରାଜ୍ୟରେ ଏଭଳି ଗବେଷଣା ହୋଇଛି। ତେଣୁ ଓଡ଼ିଶାରେ ମଧ୍ୟ ସମାନ ଢଙ୍ଗରେ ଏଭଳି ଗବେଷଣା କରିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ସ୍ବାସ୍ଥ୍ୟ ବିଭାଗର ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର,କଟକ ଓ ପୁରୀ ଜିଲ୍ଲାରେ ପରବର୍ତୀ ସମୟରେ ରାଉରକେଲା ଓ ବ୍ରହ୍ମପୁରରେ ଏହି ଗବେଷଣା ହେବ ବୋଲି ସ୍ବାସ୍ଥ୍ୟ ବିଭାଗରୁ କୁହାଯାଇଛି। ଆରଏମ୍‌ଆରସି ଭୁବନେଶ୍ବର ଏହି ଗବେଷଣା କରିବ।

କେବଳ କୋଭିଡ ନୁହେଁ, ଅନ୍ୟ ରୋଗ ସଂପର୍କରେ ମଧ୍ୟ ଏଥିରୁ ସୂଚନା ମିଳିପାରିବ। ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକଙ୍କ ଜରିଆରେ ଆରଏମ୍‌ଆରସି ଏ ସଂକ୍ରାନ୍ତୀୟ ଏକ ପ୍ରସ୍ତାବ ଦେବ। ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଏହି ୩ ସହରରେ ଜନସଂଖ୍ୟାକୁ ନଜରରେ ରଖି ପ୍ରଥମ ପର୍ଯ୍ୟାୟରେ ଗବେଷଣା କରିବା ଲାଗି ନିଷ୍ପତ୍ତି ହୋଇଛି। ଚେନ୍ନାଇରେ ପୂର୍ବରୁ ଏଭଳି ଗବେଷଣା ହୋଇଥିଲା। ତେଣୁ କୋଭିଡର ଆଗୁଆ ଲହର ସଂପର୍କରେ ଜଣାପଡ଼ିଲେ ସତର୍କତା ଅବଲମ୍ବନ ସମ୍ଭବ ହୋଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe