ବରଗଡ଼: ପୁସ୍ତକ ମେଳାର ନବମ ସନ୍ଧ୍ୟା

Advertisment
ବରଗଡ଼: ପୁସ୍ତକ ମେଳାର ନବମ ସନ୍ଧ୍ୟା

ବରଗଡ଼ : ରସାଳ ଶବ୍ଦ ସଂଯୋଜନା ମାଧ୍ୟମରେ ସମାଜର ବିସଂଗତିକୁ ଉପସ୍ଥାପନା କରିବା ବ୍ୟଙ୍ଗ କବିର ଧର୍ମ। ଅତି ସରଳ ଭାବରେ କହିଲେ କୁତୁକୁତୁ କରି ଡିମିରିକୁ ରାମ୍ପୁଡ଼ି ଦେବା ହିଁ ବ୍ୟଙ୍ଗ ଅଟେ। ସମାଜ ଓ ଶାସନ ସଂସ୍କାର ବା ବ୍ୟକ୍ତିଗତ ଚରିତ୍ର ସଂସ୍କାର ହେଉଛି ବ୍ୟଙ୍ଗ କବିର ଧର୍ମ ବୋଲି ସୋମବାର ପୁସ୍ତକମେଳାର ନବମ ସନ୍ଧ୍ୟାରେ ଅନୁଷ୍ଠିତ ବ୍ୟଙ୍ଗକବି ଆସରରେ ମତପ୍ରକାଶ ପାଇଛି।

publive-image

ବ୍ୟଙ୍ଗକାର ନରେନ୍ଦ୍ର ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ୟଙ୍ଗକବି ତଥା ଗାନ୍ଧୀ ସ୍ମୃତି ପାଠାଗାରର ବରିଷ୍ଠ ସଦସ୍ୟ ମନୋରଞ୍ଜନ ସାହୁ ସମସ୍ତ କବିଙ୍କୁ ସ୍ବାଗତ କରିଥିଲେ। କବି ସଚ୍ଚିଦାନନ୍ଦ ପଣ୍ଡା ପରିଚୟ ପ୍ରଦାନ କରିଥିଲେ। ଏଥିରେ କବି ବିରଞ୍ଚି ନାରାୟଣ ମୁଣ୍ଡ, ଅଧିକାରୀ ସା, ମୁନିରାମ କୁମ୍ଭାର, ନକୁଳ ମେହେର, ବିଦ୍ୟାଧର ପଶାୟତ, ରଞ୍ଜିତ ପ୍ରଧାନ, ମନୋରଞ୍ଜନ ଲୁହା, ଶିଶିର ପୁରୋହିତ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ କବିତା ପାଠ କରିଥିଲେ। ଗାନ୍ଧୀ ସ୍ମୃତି ପାଠାଗାର ତରଫରୁ ସମସ୍ତ କବିଙ୍କୁ ସ୍ମୃତି ଫଳକ ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା।

ଆଜିର ନବମ ସନ୍ଧ୍ୟାର କାର୍ଯ୍ୟକ୍ରମକୁ ପାଠାଗାରର ସଭାପତି ବିମ୍ବାଧର କୁଅଁର, ପୂର୍ବତନ ସମ୍ପାଦକ ତପନ ବାରିକ, ବିକାଶ ଗ୍ରୁପର ଅଧ୍ୟକ୍ଷ ଡି. ମୁରଲି କ୍ରିଷ୍ଣା, ସ୍କୁଲ୍ ଅଧ୍ୟକ୍ଷ ଶିଶିର ପ୍ରସାଦ ରାଉଳ, ସମ୍ପାଦକ ବିକ୍ରମାଦିତ୍ୟ ପଣ୍ଡା ପ୍ରମୁଖ ପ୍ରଦୀପ ପ୍ରଜ୍ବଳନ କରି ଉଦ୍‌ଘାଟନ କରିଥିଲେ। ଆଜି ବିକାଶ ସ୍କୁଲ୍ ସମୂହ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe