ବଢ଼ିଲା ଜ୍ବରରେ ଆକ୍ରାନ୍ତ ଶିଶୁଙ୍କ ସଂଖ୍ୟା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩୬ଶିଶୁ ଚିକିତ୍ସିତ

Advertisment
ବଢ଼ିଲା ଜ୍ବରରେ ଆକ୍ରାନ୍ତ ଶିଶୁଙ୍କ ସଂଖ୍ୟା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩୬ଶିଶୁ ଚିକିତ୍ସିତ

ଜୟପୁର : ମାସେ ହେଲା ଜୟପୁର ଉପଖଣ୍ଡର ବିଭିନ୍ନ ଗ୍ରାମରେ ବ୍ୟାପିବାରେ ଲାଗିଛି ଜ୍ବର। ବିଶେଷ କରି ଆକ୍ରାନ୍ତଙ୍କ ମଧ୍ୟରେ ଶିଶୁଙ୍କ ସଂଖ୍ୟା ଅଧିକ। ଜ୍ବର ସହ କାଶ ଭଳି ଲକ୍ଷଣ ଆକ୍ରାନ୍ତ ଶିଶୁଙ୍କ ନିକଟରେ ଦେଖିବାକୁ ମିଳୁଛି। ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଲେ ପରିବାର ଲୋକ ଡାକ୍ତରଖାନାକୁ ଆଣୁଛନ୍ତି। ଆଜି ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟଚିକିତ୍ସାଳୟର ଶିଶୁ ୱାର୍ଡର ସମସ୍ତ ୩୬ଟି ଯାକ ଶଯ୍ୟାରେ ଜ୍ବରରେ ଆକ୍ରାନ୍ତ ଶିଶୁଙ୍କ ଚିକିତ୍ସା ଜାରି ରହିଛି।

ସେହିପରି ପୂର୍ବରୁ ଭର୍ତ୍ତି ହୋଇଥିବା ୫ଜଣ ଶିଶୁ ସାମାନ୍ୟ ସୁସ୍ଥ ଅନୁଭବ କରିବାରୁ ଡିସ୍‌ଜାର୍ଚ ହୋଇଛନ୍ତି। ଗତ କିଛି ଦିନ ହେବ ଭାଇରାଲ ଫିଭର ଏବଂ ସଂକ୍ରମଣରେ ଶିଶୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଆସୁଛନ୍ତି। ୩ରୁ ୪ଦିନ ପରେ ସୁସ୍ଥ ହୋଇ ଘରକୁ ଫେରୁଥିବା ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡା. ଦୁର୍ଗା ପ୍ରସାଦ ପାତ୍ର କହିଛନ୍ତି। ତେବେ ଭାଇରାଲ ଫିଭର ହେବା ପରେ ସୁସ୍ଥ ହେବା ପର୍ଯ୍ୟନ୍ତ ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହୁଥିବା ଡା.ପାତ୍ର କହିଛନ୍ତି। ବର୍ତ୍ତମାନ ଭାଇରାଲ ଫିଭର ଋତୁ ଚାଲିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ହୋଇଥିବାରୁ ବିଭିନ୍ନ ଡାକ୍ତରଖାନାର ଗୁରୁତର ଶିଶୁଙ୍କୁ ଏଠାକୁ ପଠାଯାଉଥିବା ଡିଏମ୍‌ଓ ଡା. ଆର.ଏନ୍ ମିଶ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe