ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଲା

ଓଡ଼ିଶାରେ କରୋନାର ଏକ ନୂଆ ସବ୍ ଲିନିଏଜ୍ ଭୂତାଣୁ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ କରୋନାର ଆଉ ଏକ ଲହର ଆସିବା ନେଇ ଏକପ୍ରକାର ସଂକେତ ମିଳିଛି। ଦୀର୍ଘ ମାସର ବ୍ୟବଧାନ ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୧୦୪ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୫ଶହ ମୁହାଁ ହୋଇଛି।

ସୂଚନା ଅନୁସାରେ, ପଶ୍ଚିମ ଓଡ଼ିଶାର ଏକାଧିକ ଜିଲ୍ଲାରେ କରୋନା ସଂକ୍ରମଣ ବଢ଼ୁଛି। ବିଶେଷକରି ନବରଙ୍ଗପୁର ଜିଲ୍ଲା ହଟ୍‌ସ୍ପଟ୍‌ ପାଲଟିଛି। ଆଜି ରାଜ୍ୟରେ ୫୫୨୬ କୋଭିଡ ନମୁନା ପରୀକ୍ଷା କରାଯାଇଛି। ସଂକ୍ରମଣ ହାର ୧.୮ ପ୍ରତିଶତକୁ ବୃଦ୍ଧି ପାଇଛି। ଆକ୍ରାନ୍ତଙ୍କ ମଧ୍ୟ‌ରେ ନବରଙ୍ଗପୁରରୁ ସର୍ବାଧିକ ୨୯, କଟକ ୧୫, ସମ୍ବଲପୁର ୧୪, ସୁନ୍ଦରଗଡ଼ ୧୦, ନୂଆପଡ଼ା ୯, ବଲାଙ୍ଗୀର ୮, ଖୋର୍ଧା ୭, ଦେବଗଡ଼ ୪, କୋରାପୁଟ, ପୁରୀରେ ୩ ଲେଖାଏ, ବରଗଡ଼, ଗଞ୍ଜାମରୁ ଜଣେ ଲେଖାଏ ଆକ୍ରାନ୍ତ ବାହାରିଛନ୍ତି। ସମୁଦାୟ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୪୨୯କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଉ ୩୪ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଯଦିଓ କରୋନା ସଂକ୍ରମଣ ବଢ଼ୁଛି, ହେଲେ ବର୍ତ୍ତମାନସୁଦ୍ଧା କୌଣସି ବ୍ୟକ୍ତିଙ୍କ ଏଥିରେ ମୃତ୍ୟୁ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe