ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୨ଶହ ଟପିଲା

Advertisment
ପାର୍ବଣ ପାଇଁ ୫୦ ସ୍ଥାନରେ କରେନା ନମୁନା ସଂଗ୍ରହ

Deccan Chronicle

ଭୁବନେଶ୍ବର : ରାଜ୍ୟରେ କରୋନାର ଦ୍ବିତୀୟ ଲହର ଆରମ୍ଭ ହୋଇଥିବା ବେଳେ ଦୈନିକ ସଂକ୍ରମଣରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୧୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୩ ତାରିଖରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୭୦ ରହିଥିଲା। ଖୋର୍ଧା, କଟକ, ସୁନ୍ଦରଗଡ଼, ବଲାଙ୍ଗୀର ଭଳି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଫଳରେ ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ହଠାତ୍ ବୃଦ୍ଧି ପାଇ ୧୦୭୯ରେ ପହଞ୍ଚି ଯାଇଛି। ଗତ ଜାନୁଆରି ୨୮ରେ ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୧୫୪ ରହିଥିଲା।

ଗତ ଏକ ସପ୍ତାହ ଧରି ରାଜ୍ୟରେ ଦୈନିକ କରୋନା ସଂକ୍ରମଣରେ ବୃଦ୍ଧି ପାଉଛି। ଭୁବନେଶ୍ବର ଓ କଟକରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ହେବା ପରେ ଦୁଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ହଠାତ୍ ବଢ଼ି ଯାଇଥିଲା। ଏବେ ଅନେକ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢ଼ୁଥିବା ଲକ୍ଷ୍ୟ କରାଯାଉଛି। ଗୋଟିଏ ଦିନରେ ଖୋର୍ଧାରୁ ୩୩, ସୁନ୍ଦରଗଡ଼ ୨୭, କଟକ, ବଲାଙ୍ଗୀରରୁ ୨୦ ଲେଖାଏଁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ୨୪ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୩୯ହଜାର ୪୬୦କୁ ବୃଦ୍ଧି ପାଇଛି। ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୦,୭୨୯ କୋଭିଡ ନମୁନା ପରୀକ୍ଷା କରାଯାଇଥିଲା ଓ ଏଥିରେ ଟେଷ୍ଟ ପଜିଟିଭ୍ ରେଟ୍‌ ବା ଟିପିଆର ୦.୬୯ ପ୍ରତିଶତ ରହିଛି। ଗତ ୩ଦିନ ତ‌ଳେ ରାଜ୍ୟର ଟିପିଆର ୦.୪୪ ପ୍ରତିଶତ ରେକର୍ଡ କରାଯାଇଥିଲା। ରାଜ୍ୟର ସାମଗ୍ରିକ ଟିପିଆର ଏବେ ୩.୮୨ ପ୍ରତିଶତ ରହିଛି। ଅପରପକ୍ଷରେ ରାଜ୍ୟରେ ୨୧ ତାରିଖ ପରଠାରୁ କୌଣସି ସଂକ୍ରମିତ ପ୍ରାଣ ହରାଇନାହାନ୍ତି। ରାଜ୍ୟରେ ଏବେ କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୯୧୯ରେ ସ୍ଥିର ରହିଛି। ଆଜି ରାଜ୍ୟରେ ୭୨ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩ଲକ୍ଷ ୩୬ହଜାର ୪୦୯ରେ ପହଞ୍ଚି ଯାଇଛି। କେବଳ ମାଲକାନଗିରି ଓ ନୟାଗଡ଼ ଜିଲ୍ଲାରେ ଜଣେ ହେଲେ ବି ଚିକିତ୍ସାଧୀନ ରୋଗୀ ନାହାନ୍ତି। ଗତ ୧୪ ତାରିଖଠାରୁ ମାଲକାନଗିରିରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଶୂନ ରହିଛି।

ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବା ପରେ ଏହାକୁ ନେଇ ରାଜ୍ୟ ସରକାର ତତ୍ପର ହୋଇ ଉଠିଛନ୍ତି। ଦୈନିକ ଆରଟି-ପିସିଆର ନମୁନା ସଂଖ୍ୟା ବଢ଼ାଇବାକୁ ନିର୍ଦେଶ ଦିଆଯାଇଥିବା ବେଳେ କୋଭିଡ ନିୟମକୁ କଡ଼ାକଡ଼ି କରିବା ଲାଗି ନିର୍ଦେଶ ଦିଆଯାଇଛି। ରାଜଧାନୀର କିଛି ସ୍କୁଲରେ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହେବା ପରେ ଏସବୁ ଶିକ୍ଷାନୁଷ୍ଠାନର ହଷ୍ଟେଲଗୁଡ଼ିକରେ ନମୁନା ପରୀକ୍ଷା ଆରମ୍ଭ ହୋଇଛି। ଆଗକୁ ଦୋଳ ଓ ହୋଲି ଉପରେ କଟକଣା ଲଗାଯାଇଥିବା ବେଳେ ଅମାନିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe