Woman inmate runs away from SCB Medical Center after kicking jail guard
କଟକ: ମାନି, କାଞ୍ଚନ, ଫୁଲମଣିଙ୍କ ଭଳି ଅନେକ ଏବେ ଅସହାୟ। ନିଜର ଘର ଅଛି। କିନ୍ତୁ ଫେରିବାର ବାଟ ନାହିଁ। ଏସ୍ସିବିକୁ ଆସି ମାସ ମାସ ଧରି ଚିକିତ୍ସା ହେବା ପରେ ସୁସ୍ଥ ହେଲେଣି ସତ ହେଲେ ଘର ଲୋକ ଆଉ ଫେରାଇ ନେବାକୁ ଚାହୁ ନଥିବାରୁ ସଂପୂର୍ଣ୍ଣ ଅସହାୟ ଅବସ୍ଥାର ଏସ୍ସିବିରେ ମାସ ମାସ ଧରି ପଡ଼ି ରହିଛନ୍ତି ୨ଶହରୁ ଅଧିକ ରୋଗୀ। ସେମାନଙ୍କ ଭିତରୁ ଅନେକ ନିଜର ଠିକଣା ବି ଭୁଲି ଯାଇଛନ୍ତି। ଏସ୍ସିବିର ଅର୍ଥୋପେଡିକ୍, ସର୍ଜରି, ମେଡିସିନ୍ ଭଳି ବିଭିନ୍ନ ବିଭାଗରେ ଖୋଲାଯାଇଥିବା ଅସହାୟ ରୋଗୀଙ୍କ ସ୍ବତନ୍ତ୍ର ୱାର୍ଡ ସେମାନଙ୍କର ବାସସ୍ଥାନ ପାଲଟିଛି। ରାଜ୍ୟ ସରକାର, ସ୍ବାସ୍ଥ୍ୟ ବିଭାଗ, ଏସ୍ସିବି କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ବି ଏ ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ପଦକ୍ଷେପ ନେଉ ନାହାନ୍ତି।
ମାଗଣା ଚିକିତ୍ସା ବ୍ୟବସ୍ଥା ପରଠାରୁ ଏସ୍ସିବିରେ ବଢ଼ି ଚାଲିଛି ଅସହାୟ ରୋଗୀ (ଡେଷ୍ଟିଚ୍ୟୁଟ୍)ଙ୍କ ସଂଖ୍ୟା। ବିଭିନ୍ନ ୱାର୍ଡରେ ଅସହାୟ ରୋଗୀମାନେ ଅତି ଦୟନୀୟ ଭାବେ ଚିକିତ୍ସିତ ହେଉଥିବାରୁ ମାନବାଧିକାର କମିସନ ଓ ବିଭିନ୍ନ ଅନୁଷ୍ଠାନର ହସ୍ତକ୍ଷେପ ଫଳରେ ଅସହାୟ ରୋଗୀଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ଡେଷ୍ଟିଚ୍ୟୁଟ୍ ୱାର୍ଡ ଖୋଲାଗଲା। ସେମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଗଲା । ଏପରିକି କିଛି ଅସହାୟ ରୋଗୀଙ୍କ ପାଇଁ ଥିବା ୱାର୍ଡରେ ଏସି ବି ଲଗାଗଲା। ବେଡ୍ରେ ଅନେକ ଅସହାୟ ରୋଗୀଙ୍କ ଚିକିତ୍ସା କରିବା ସମୟରେ ସେମାନେ ତଳେ ପଡ଼ିଯାଉଥିବାରୁ ବାଧ୍ୟ ହୋଇ କିଛି ବିଭାଗରେ ସେମାନଙ୍କ ତଳେ ଗଦି ପକାଇ ଚିକିତ୍ସା କରାଯାଉଛି। ମେଡିସିନ୍ରେ ୩୦ ବେଡ୍କୁ ୮୬ ରୋଗୀ, ସର୍ଜରିରେ ୩୦, ଅର୍ଥୋପେଡିକ୍ରେ ୨୧, ମାନସିକ ରୋଗ ବିଭାଗରେ ୧୪... ଏଭଳି ଅନେକ ଅସହାୟ ରୋଗୀ ମାସ ମାସ ହେଲା ଚିକିତ୍ସିତ ହେଉଛନ୍ତି। କିନ୍ତୁ ସେମାନଙ୍କ ଭିତରୁ କିଛି ଅସହାୟ ଚିକିତ୍ସା ପରେ ସୁସ୍ଥ ହେଲେଣି।
ସେମାନଙ୍କୁ ହସ୍ପିଟାଲ୍ରେ ରହିବାର ଆଉ ଆବଶ୍ୟକତା ନାହିଁ। କିନ୍ତୁ ସେମାନଙ୍କୁ କେଉଁଠିକୁ ପଠାଯିବ, ତାହା ଚିନ୍ତାର କାରଣ ହୋଇଛି। ଗତ ବର୍ଷ ୨ଟି ଅନୁଷ୍ଠାନ ସହିତ ଏସ୍ସିବି କର୍ତ୍ତୃପକ୍ଷ ଯୋଗାଯୋଗ କରି କିଛି ଅସହାୟ ରୋଗୀଙ୍କୁ ସେହି ଅନୁଷ୍ଠାନକୁ ସ୍ଥାନାନ୍ତର କରିଥିଲେ। ଏହାପରେ ଏହି ବ୍ୟବସ୍ଥା ପୁଣି ବନ୍ଦ କରିଦେଲେ। ଏବେ ଏସ୍ସିବିରେ ଏମିତି ସ୍ଥିତିରେ ବିଭିନ୍ନ ବିଭାଗର ଅସହାୟ ୱାର୍ଡରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ସେମାନଙ୍କୁ ୱାର୍ଡରେ ଜାଗା ହେଉନି। ସୁସ୍ଥ ହେଉଥିବା ଅସହାୟ ରୋଗୀଙ୍କୁ କିପରି ଥଇଥାନ କରାଯିବ ସେ ଦିଗରେ ସରକାର ସ୍ବତନ୍ତ୍ର ପଦକ୍ଷେପ ନ ନେଲେ ସ୍ଥିତି ଆଗକୁ ଅଣାୟତ୍ତ ହେବା ଆଶଙ୍କା କରାଯାଉଛି।
Follow Us