ବଢ଼ିଲା ସାପ କାମୁଡ଼ା ଆକ୍ରାନ୍ତଙ୍କ ସଂଖ୍ୟା: ଗୋଟିଏ ରାତିରେ ଭର୍ତ୍ତି ହେଲେ ୧୧

Advertisment
ବିଏସ୍‌ଏଫ୍ ଯବାନଙ୍କୁ କାମୁଡ଼ିଲା ସାପ, ଡାକ୍ତରଖାନାରେ ଭର୍ତ୍ତି

iStock

ଝାରସୁଗୁଡ଼ା: କାଳବୈଶାଖୀ ଯୋଗୁ ଜିଲ୍ଲାରେ ଗତ କିଛିଦିନ ହେଲା ସନ୍ଧ୍ୟା ବେଳେ କାଁ ଭାଁ ବର୍ଷା ଦେଖିବାକୁ ମିଳୁଛି। ଫଳସ୍ବରୂପ ଗ୍ରାମାଞ୍ଚଳରେ ସାପ କାମୁଡ଼ାରେ ଆହତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କେବଳ ଗତ ୨୪ ଘଣ୍ଟାରେ ଜିଲ୍ଲାର ବିଭିନ୍ନ ଥାନାଞ୍ଚଳର ୧୧ ଜଣ ଲୋକ ସାପ କାମୁଡ଼ାରେ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଚିତ୍ର ସାମ୍ନାକୁ ଆସିଛି। ଏହି ଆହତଙ୍କ ମଧ୍ୟରେ ପ୍ରାୟତଃ ତଳେ ଶୋଇଥିବା ଅବସ୍ଥାରେ ସାପ କାମୁଡ଼ାର ଶିକାର ହୋଇଥିବା ଜଣାପଡ଼ିଛି। ଏନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରଖାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା କାହାରି ମୃତ୍ୟୁ ହୋଇନାହିଁ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ମିଳିଥିବା ରିପୋର୍ଟ ଅନୁସାରେ, ଗତ ୧ ତାରିଖରୁ ରବିବାର ସନ୍ଧ୍ୟା ସୁଦ୍ଧା ୩୦ ଜଣ ବ୍ୟକ୍ତି ସାପ କାମୁଡ଼ାରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ତେବେ କେବଳ ଗତ ୨୪ ଘଣ୍ଟା ମଧ୍ୟରେ ୧୧ ଜଣ ଭର୍ତ୍ତି ‌ହୋଇଥିବା ସରକାରୀ ରିପୋର୍ଟରୁ ଜଣାପଡ଼ିଛି। ଏହାମଧ୍ୟରେ କେବଳ ସଦର ଥାନାଞ୍ଚଳର ୬ଜଣ ରହିଥିବା ବେଳେ ଲଇକେରା, କୋଲାବିରା, ବ୍ରଜରାଜନଗର ଅଞ୍ଚଳର ଜଣେ ଲେଖାଏ ଆକ୍ରାନ୍ତ ରହିଛନ୍ତି। ଏହାସହିତ ପଡ଼ୋଶୀ ସମ୍ବଲପୁର ଜିଲ୍ଲା ଠେଲକୋଲୋଇ ଥାନାଞ୍ଚଳର ଓ ସୁନ୍ଦରଗଡ଼ ଜିଲ୍ଲା ଭସ୍ମା ଥାନାଞ୍ଚଳର ମଧ୍ୟ ଜଣେ ଲେଖାଏଁ ଭର୍ତ୍ତି ହୋଇଛନ୍ତି। ସେହିଭଳି ଗତ ୭ ତାରିଖରେ ୨ ଜଣ, ୬ ତାରିଖରେ ୪ ଜଣ, ୫ ତାରିଖରେ ୩ ଜଣ, ୪ ତାରିଖରେ ଜଣେ, ୩ ତାରିଖରେ ୫ ଜଣ, ୨ ତାରିଖରେ ୨ ଜଣ ଓ ୧ ତାରିଖରେ ୨ ଜଣ ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି। ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ନିମାଇଁ ଚରଣ ନାୟକଙ୍କୁ ପଚାରିବାରେ ସାପ କାମୁଡ଼ା ଆକ୍ରାନ୍ତ ସଂଖ୍ୟା କେତେ ହୋଇଛି ତା’ର ରିପୋର୍ଟ ଆସି ନଥିବା ବେଳେ ପର୍ଯ୍ୟାପ୍ତ ପରିମାଣର ଏଏସ୍‌ଭି ରଖାଯାଇଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe