ଓବିସି ମଞ୍ଚ ପକ୍ଷରୁ ଆଜି ନୂଆପଡ଼ା ଜିଲ୍ଲା ୧୨ ଘଣ୍ଟିଆ ବନ୍ଦ  

Advertisment
ଓବିସି ମଞ୍ଚ ପକ୍ଷରୁ ଆଜି ନୂଆପଡ଼ା ଜିଲ୍ଲା ୧୨ ଘଣ୍ଟିଆ ବନ୍ଦ  

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗକୁ ସଂରକ୍ଷଣରେ ଅବହେଳା ଅଭିଯୋଗରେ ୧୨ ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ଏନେଇ ରାଜ୍ୟ ସରକାର ଉପରେ  ଅସନ୍ତୋଷ ଦେଖା ଦେଇଛି। ଏହାକୁ  ନେଇ ନୂଆପଡ଼ା ଜିଲ୍ଲା ଓବିସି ପକ୍ଷରୁ ଆଜି  ନୂଆପଡ଼ା ସଂପୂର୍ଣ୍ଣ  ଭାବେ ନୂଆପଡ଼ା ଜିଲ୍ଲା ବନ୍ଦ ଡାକରା  ଦେଇଛନ୍ତି। ସୋବାର ଦିନ ସକାଳୁ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ୧୨ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ।

ଓବିସି ମଞ୍ଚ ପକ୍ଷରୁ  ନୂଆପଡ଼ା ସଦର ଏକତା ଛକ ଠାରେ ୩୫୩ ନଂ ଜାତୀୟ ରାଜପଥ ଅବରୋଧ କରାଯାଇଛି। ଏହି ବନ୍ଦରେ ନୂଆପଡ଼ା ସରକାରୀ, ବେସରକାରୀ ଅଫିସ, କୋର୍ଟ, ଦୋକାନ ବଜାର, ପେଟ୍ରୋଲ ପମ୍ପ, ବ୍ୟାଙ୍କ ସେବା ସଂପୂର୍ଣ୍ଣ ଭାବେ ବନ୍ଦ ରହିଛି। ନୂଆପଡ଼ା ,କୋମନା, ଖଡିଆଳ, ବୋଡେନ ଓ ସିନାପାଲି ବ୍ଲକ୍ ସଂପୂର୍ଣ୍ଣ ଭାବରେ ବନ୍ଦ ରହିଛି। ପୁଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe