ଚେନ୍ନାଇରୁ ପ୍ରବାସୀ ଓଡ଼ିଆ ମତ୍ସ୍ୟଜୀବୀଙ୍କ ଡଙ୍ଗାରେ ଫେରିବା ଘଟଣାର ତଦନ୍ତ ନିର୍ଦେଶ ଦେଲେ ରାଜ୍ୟ ସରକାର

Advertisment
ଚେନ୍ନାଇରୁ ପ୍ରବାସୀ ଓଡ଼ିଆ ମତ୍ସ୍ୟଜୀବୀଙ୍କ ଡଙ୍ଗାରେ ଫେରିବା ଘଟଣାର ତଦନ୍ତ ନିର୍ଦେଶ ଦେଲେ ରାଜ୍ୟ ସରକାର

ଭୁବନେଶ୍ବର: ଆଜି ଓଡ଼ିଶା ସରକାର ଚେନ୍ନାଇରୁ ପ୍ରବାସୀ ଓଡ଼ିଆ ମତ୍ସ୍ୟଜୀବୀଙ୍କର ଡଙ୍ଗାରେ ଫେରିବା ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି। ରବିବାର ଦିନ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଘଟଣା ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ ପ୍ରବାସୀ ମତ୍ସ୍ୟଜୀବୀମାନେ ୨ଲକ୍ଷ ଟଙ୍କା ମୂଲ୍ୟରେ କିଣିଥିବା ଡଙ୍ଗାକୁ ପୁଲିସ ଜବତ କରିଛି। ଏହା ହେଉଛି ପ୍ରଥମ ଘଟଣା, ଯେଉଁଥିରେ ଓଡ଼ିଶାରୁ ପ୍ରବାସୀ ମତ୍ସ୍ୟଜୀବୀମାନେ ସମୁଦ୍ରରେ ନିଜ ନିଜ ଜିଲ୍ଲାକୁ ଫେରିଛନ୍ତି। ଏହି ମତ୍ସ୍ୟଜୀବୀମାନେ ନିଜ ଜୀବନକୁ ବିପଦରେ ପକାଇ ଏହି କଷ୍ଟଦାୟକ ଯାତ୍ରା କରିବା ଉଚିତ୍ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି।

publive-image image source-odishaassembly.nic.in

ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟ ସରକାର ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ସାମୁଦ୍ରିକ ପୁଲିସକୁ ସମୁଦ୍ର ପଥ ଦେଇ ଜିଲ୍ଲାକୁ ଆସୁଥିବା ଲୋକଙ୍କ ଉପରେ କଡ଼ା ନଜର ରଖିବାକୁ ଏବଂ ସେମାନଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ, ଏହି ୩୮ ଜଣ ମତ୍ସ୍ୟଜୀବୀ ଚେନ୍ନାଇରେ କାମ କରୁଥିଲେ। କିନ୍ତୁ ଲକ୍‌ଡାଉନ୍ କଟକଣା ପରଠୁ ସେଠାରୁ ଆଉ ଫେରି ପାରୁ ନଥିଲେ। ରାଜପଥରେ ଫେରିବା ପାଇଁ ଅନ୍ୟ କୌଣସି ସାଧନ ନଥିବାରୁ ସେମାନେ ଶେଷରେ ସମୁଦ୍ରପଥକୁ ବାଛି ନେଇଥିଲେ। ଏଥିପାଇଁ ଚାନ୍ଦା କରି ୨ଲକ୍ଷ ଟଙ୍କା ସଂଗ୍ରହ କରି ଏକ ଡଙ୍ଗା କିଣି ଗତ ୨୦ ତାରିଖରୁ ଚେନ୍ନାଇରୁ ବାହାରିଥିଲେ। ୫ ଦିନ ପରେ ଗତକାଲି ସେମାନେ ସନ୍ଧ୍ୟା ୬ଟାରେ ଡଙ୍ଗା ପାତିସୁନାପୁର ଉପକୂଳରେ ଲାଗିବା ପରେ ପ୍ରଶାସନ ସମସ୍ତଙ୍କୁ ଉଦ୍ଧାର କରିଥିଲା।

ସୁନାପୁର ସାମୁଦ୍ରିକ ଥାନାଧିକାରୀ, ଚିକିଟି ତହସିଲଦାର ହରପ୍ରସାଦ ଭୋଇ, ବିଡିଓ ଫାଲଗୁନି ମାଝି, ସରପ‌ଞ୍ଚ ମଂଜୁଳା ବେହେରା ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଲୋକନାଥ ପତି ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତଙ୍କୁ ପାତିସୁନାପୁର ସ‌ଙ୍ଗରୋଧ ଗୃହରେ ରଖାଯାଇଛି । ଆବଶ୍ୟକସ୍ଥଳେ ସମସ୍ତଙ୍କର ସ୍ବାସ୍ଥ୍ୟ ଯାଞ୍ଚ କରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe