ମୁରିବାହାଲ: ବୟସ ହୋଇଥିଲେ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତାରୁ ବାଦ୍ ପଡ଼ିଥିବା ବୁଢ଼ାବୁଢ଼ୀମାନେ ସୋମବାର ମୁରିବାହାଲ ବିଡିଓଙ୍କ ଦ୍ବାରସ୍ଥ ହୋଇଛନ୍ତି। ହଳଦୀ ପଞ୍ଚାୟତ ଡଙ୍ଗରପଡ଼ା ଗାଁର ଧନମତୀ କମ୍ପ, ଉମା କମ୍ପ, କମଳା ହରପାଲ, ଅଞ୍ଜନା ଦାସ, ସୁମିତ୍ରା କୁମ୍ଭାର, ମଦନା ହରପାଲ, ସୁରେଖା ଛୁରା, ଧୀର ସଲତର, ସାଇବାନୀ ମାଝୀ, ରୁଦୁନା ଭୋଇ, ଜେମା ନାଏକ, ରେବତୀ ଦାସ, ଦୀନବନ୍ଧୁ କମ୍ପ ପ୍ରମୁଖ ୨୪ରୁ ଅଧିକ ବିଧବା, ବୁଢ଼ାବୁଢ଼ୀ ସମିତି ସଭ୍ୟ ଟୁନାମଣି ମହାନନ୍ଦଙ୍କ ନେତୃତ୍ୱରେ ସୋମବାର ବ୍ଲକ୍ ଅଫିସକୁ ଆସିଥିଲେ।
ବିଡିଓଙ୍କ ଅନୁପସ୍ଥିତିରେ ବିଏସ୍ଏସ୍ଓ ରିଙ୍କୁ ମେହେରଙ୍କୁ ଦାବିପତ୍ର ଦେଇଥିଲେ। ଭତ୍ତା ନମିଳିଲେ ଆନ୍ଦୋଳନ କରାଯିବ ବୋଲି ସମିତି ସଭ୍ୟ ଶ୍ରୀ ମହାନନ୍ଦ ପ୍ରକାଶ କରିଛନ୍ତି।
Follow Us