ପୁଅ ମାଡ଼ରେ ବୃଦ୍ଧା ମା’ ଗୁରୁତର

Advertisment
ପୁଅ ମାଡ଼ରେ ବୃଦ୍ଧା ମା’ ଗୁରୁତର

ବାହାନଗା: ଖନ୍ତାପଡ଼ା ଥାନା ଚକଜଗନ୍ନାଥପୁର ପଞ୍ଚାୟତ ନାଚିନ୍ତା ଗ୍ରାମର ସ୍ୱର୍ଗତ ମଧୂସୂଦନ ବେହେରାଙ୍କ ପତ୍ନୀ ରତ୍ନମଣି ବେହେରାଙ୍କ ତିନି ପୁଅ ଅଛନ୍ତି। ହେଲେ ସେମାନେ ତାଙ୍କ କଥା ବୁଝନ୍ତି ନାହିଁ। ସେମାନେ ତାଙ୍କୁ ଘରୁ ବାହାରିଯିବାକୁ କହିବା ସହ ମାନସିକ ଓ ଶାରୀରିକ ନିର୍ଯାତନା ଦିଅନ୍ତି। ଏ ନେଇ ରତ୍ନମଣି ଖନ୍ତାପଡ଼ା ଥାନାରେ ଗତ ୧୨ ତାରିଖ ଦିନ ଅଭିଯୋଗ କରିଥିଲେ। ଫଳରେ ଖନ୍ତାପଡ଼ା ପୁଲିସ ଗ୍ରାମକୁ ଯାଇ ତଦନ୍ତ କରିଥିଲା ଏବଂ ଆପୋସ ସମାଧାନ ପାଇଁ ୧୩ ତାରିଖ ଦିନ ସମସ୍ତଙ୍କୁ ଥାନା ଡାକିଥିଲା।

ତେବେ ତଦନ୍ତ କରି ପୁଲିସ ଗାଁ’ରୁ ଗଲା ପରେ ବଡ଼ପୁଅ ପ୍ରହଲ୍ଲାଦ, ପୁତୁରା ରମାକାନ୍ତ, ବଡ଼ବୋହୂ ଦମୟନ୍ତୀ, ପୁତୁରା ବୋହୂ ବାସନ୍ତୀ, ଗ୍ରାମର ଗୌରହରି ପଲେଇ ଥାନାରେ କାହିଁକି ଅଭିଯୋଗ କଲ କହି ରତ୍ନମଣିଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏହା ସହିତ ସେ ରହୁଥିବା ଘରର ଆଜବେଷ୍ଟସ ଓ ଟ୍ୟୁବ୍‌ୱେଲ୍‌କୁ ଭାଙ୍ଗି ଦେଇଥିଲେ।

ଖବର ପାଇ ଝିଅଜ୍ୱାଇଁ ପହଞ୍ଚିଥିବା ବେଳେ ଜ୍ୱାଇଁଙ୍କ ଗାଡ଼ିକୁ ମଧ୍ୟ ଭାଙ୍ଗିଥିଲେ। ଏମିତି କି ଝିଅଜ୍ବାଇଁ ରତ୍ନମଣିଙ୍କୁ ଡାକ୍ତରଖାନାକୁ ନେବା ପାଇଁ ଆମ୍ବୁଲାନ୍‌ସ ଡାକିଥିବା ବେଳେ ‌ତାକୁ ଆକ୍ରମଣକାରୀମାନେ ଫେରାଇ ଦେଇଥିଲେ। ପରେ ଝିଅଜ୍ବାଇଁ ରତ୍ନମଣିଙ୍କୁ ବହୁ କଷ୍ଟରେ ଘରଠାରୁ ୧ କିଲୋମିଟର ଦୂରକୁ ଆଣି ରାତି ପ୍ରାୟ ୩ଟାରେ ଅନ୍ୟ ଏକ ଆମ୍ବୁଲାନ୍‌ସ ଦ୍ବାରା ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ୱର ସଦର ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଦୁଇଦିନ ଚିକିତ୍ସିତ ହୋଇ ରତ୍ନମଣି ଆଜି ଘରକୁ ଫେରିଛନ୍ତି ଏବଂ ଥାନାରେ ଆଉ ଏକ ଅଭିଯୋଗ କରିଛନ୍ତି। ପୁଲିସ ମାମଲାର ତଦନ୍ତ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe