ପୋଖରୀରେ ବୁଡ଼ି ବୃଦ୍ଧ ମୃତ

Advertisment
ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ: ପକେଟରେ ଥିବା ୪ ଲକ୍ଷ ଟଙ୍କା ଗଲା କୁଆଡ଼େ?

stock.adobe.com

ପାଟଣା: ତୁରୁମୁଙ୍ଗା ଥାନା ବାଘିଆଟାଙ୍ଗିରି ଗ୍ରାମର ପୋଖରୀରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣଙ୍କ ହେଲେ ସେହି ଗ୍ରାମର ତ୍ରିଲୋଚନ ନାଏକ (୬୧)। ତ୍ରିଲୋଚନ ଶନିବାର ଖିରେଇଟାଙ୍ଗିରି ହାଟକୁ ଯାଇ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ ଅନେକ ଖୋଜାଖୋଜି କରିବା ପରେ ତାଙ୍କ ସନ୍ଧାନ ନ ପାଇବାରୁ ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିଥିଲେ। ରବିବାର ପୋଖରୀ ହୁଡ଼ାରେ ତାଙ୍କ ଚପଲ ପଡ଼ିଥିବା ଦେଖିବାକୁ ମିଳିଥିଲା।

ସେ ପୋଖରୀରେ ବୁଡ଼ି ଯାଇଥିବା ସନ୍ଦେହ କରି ଗ୍ରାମବାସୀ ଖୋଜିଖୋଜି କରିବା ସହ ତାଙ୍କ ଶବ ଉଦ୍ଧାର କରିଥିଲେ। ଖବର ପାଇ ତୁରୁମୁଙ୍ଗା ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe