ଓପିଜିସିର ପାଉଁଶ ପାଇପ୍ ପୁଣି ଫାଟିଲା

ଓପିଜିସିର ପାଉଁଶ ପାଇପ୍ ପୁଣି ଫାଟିଲା

CoalNet | Coal Mine & Energy

ଇବଥର୍ମାଲ: ଓପିଜିସିର ପାଉଁଶ ପାଇପ ପୁଣି ବୁଧବାର ସକାଳେ ଫାଟିଯାଇ ବହୁ ଜମି, ଜଳାଶୟକୁ ମାଡ଼ି ଯାଇଛି। ଫଳରେ ବହୁ ଚାଷଜମି ନଷ୍ଟ ହୋଇଥିବା ବେଳେ ପୋଖରୀରେ ଥିବା ମାଛ ମରିଯିବା ଆଶଙ୍କା ଦେଖାଦେଇଛି। ଓପିଜିସିର ଏହି ପାଉଁଶ ପାଇପ ଆଜିକୁ ମିଶାଇ ୪ଥର ଫାଟିଲାଣି। ପ୍ରତିଥର ଦୂଷିତ ବିଷାକ୍ତ ପାଉଁଶ ପାଣି ଜମି ଓ ଜଳାଶୟକୁ ମାଡ଼ି ପରିବେଶ ନଷ୍ଟ କରୁଥିବା ବେଳେ ଜମିଗୁଡ଼ିକର ଉତ୍ପାଦନ କ୍ଷମତା ହ୍ରାସ ପାଉଥିବା ଅଭିଯୋଗ ହେଉଛି।

ଗତ ଏପ୍ରିଲ ମାସ ୮, ୧୨ ଓ ୧୪ ତାରିଖ ଦିନ ଏହି ପାଇପ ଫାଟି ବ୍ୟାପକ ଅଂଚଳ ପ୍ରଦୂଷିତ କରିଥିଲା। ଫଳରେ ବିଗତ ଦିନରେ ଲୋକେ ଏହାର ପ୍ରତିବାଦ କରିଥିଲେ। ଏପରି ହେବନାହିଁ ବୋଲି ଓପିଜିସିର କର୍ତ୍ତୃପକ୍ଷ ଓ ଲଖନପୁର ତହସିଲଦାର ଘଟଣାସ୍ଥଳକୁ ଯାଇ ପ୍ରତିଶ୍ରୁତି ଦେଇଥିଲେ। ଫଳରେ ଏହି ପାଇପଗୁଡ଼ିକୁ ମରାମତି କରାଯାଇଥିଲା। ପୁରଣା ପାଇପ ସ୍ଥାନରେ ନୂଆ ପାଇପ ପରିବର୍ତ୍ତନ କରାଯାଇଥିଲା। ହେଲେ ମାସ ୨ଟା ନଯାଉଣୁ ପୁଣି ଥରେ ପାଇପ ଫାଟିଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe