ରିୟଲ୍‌ ଇଷ୍ଟେଟ୍‌ ବିବାଦ ପାଇଁ ଓପିଆଇଡି ଆଇନ ଲାଗୁ ହେବନାହିଁ

Advertisment
ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗକୁ ବିରୋଧ: ହାଇକୋର୍ଟରେ ଜନସ୍ବାର୍ଥ ମାମଲା

କଟକ: ‌ରିୟଲ୍‌ ଇଷ୍ଟେଟ୍‌ କାରବାରକୁ ନେଇ ସୃଷ୍ଟି ହେଉଥିବା ବିବାଦ ଲାଗି ଆଇନ ପ୍ରଣୟନ କରାଯାଇଛି। ଅନେକ ସମୟରେ ରି‌ୟଲ୍‌ ଇଷ୍ଟେଟ କାରବାର ସଂକ୍ରାନ୍ତ ବାଣିଜ୍ୟିକ ବିବାଦକୁ ଅପରାଧିକ ମାମଲାର ରଙ୍ଗ ଦିଆଯାଉଛି। ରିୟଲ୍‌ ଇଷ୍ଟେଟ କାରବାର କ୍ଷେତ୍ରରେ ଯଦି କୌଣସି ଆର୍ଥିକ ଠକେଇ ନେଇ ଅଭିଯୋଗ ହୁଏ ତେବେ ଏଥିପାଇଁ ଓଡ଼ିଶା ପ୍ରୋଟେକସନ୍‌ ଅଫ୍‌ ଇଣ୍ଟରେଷ୍ଟସ୍‌ ଅଫ୍‌ ଡିପୋଜିଟର୍ସ (ଇନ ଫାଇନାନସିଆଲ୍‌ ଏଷ୍ଟାବ୍ଲିସମେଣ୍ଟ) ଆକ୍ଟ (ଓପିଆଇଡି) ଆଇନ ଲାଗୁ ହେବନାହିଁ। କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ପକ୍ଷରୁ ଆଇପିସିର ବିଭିନ୍ନ ଦଫା ସହିତ ଓପିଆଇଡି ଆଇନର ଧାରା ୬ରେ ରୁଜୁ ମାମଲା ରଦ୍ଦ କରବାକୁ ଦାୟର ମାମଲାର ଶୁଣାଣି କରି ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀ ଏପରି ରାୟ ପ୍ରଦାନ କରିଛନ୍ତି।

ରଶ୍ମିତା ପାତ୍ରଙ୍କ ତରଫରୁ ଏହି ମାମଲାା ଦାୟର କରାଯାଇଥିଲା। ଏହି ମାମଲାର ଶୁଣାଣି କରି ହାଇକୋର୍ଟ ଆହୁରି କହିଛନ୍ତି ଯେ ବିଲ୍ଡର-କ୍ରେତା ବିବାଦକୁ ନେଇ ଆଇନଗତ ପଦକ୍ଷେପ ଗ୍ରହଣ ପାଇଁ ରେରା ଆଇନରେ ସରଳ ବ୍ୟବସ୍ଥା‌ ରହିଛି। ଜମିଜମା ବିବାଦକୁ ଅପରାଧିକ ମାମଲା ପରିସରଭୁକ୍ତ ପ୍ରକ୍ରିୟା ଉପରେ ଅଙ୍କୁଶ ପାଇଁ ଏପରି ଆଇନ କରାଯାଇଛି। ଅଭିଯୋଗକାରୀ ଦେଇଥିବା ଟଙ୍କା ଓପିଆଇଡି ଆଇନ ଅନୁସାରେ ଜମା ରା‌ଶି ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। ଏଥିସହିତ ଆବେଦନକାରୀଙ୍କ ବିରୋଧରେ ଓପିଆଇଡି ଆଇନ‌ର ଧାରା ୬ରେ ଥିବା ଆଇନଗତ ପ୍ରକ୍ରିୟାକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅଶ୍ବିନୀ କୁମାର ଦାସ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe