ଓପିଏସସି କରିବ ବିଶ୍ୱବିଦ୍ୟାଳୟ ନିଯୁକ୍ତି, ଅବଗତ କରାଇଲା ଉଚ୍ଚଶିକ୍ଷା ବିଭାଗ

ବିଭୂତି ଭୂଷଣ ପଟ୍ଟନାୟକ ଓ ଡ.ସୁଧାଂଶୁ ଶେଖର ରଥଙ୍କୁ ଓଡ଼ିଶା ଲୋକସେବା ଆୟୋଗ ସଦସ୍ୟ ଭାବେ ନିଯୁକ୍ତି

ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନ ହୋଇଥିବା ନେଇ ଉଚ୍ଚ ଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର ଆଜି ଓଡ଼ିଶା ପବ୍ଲିକ୍‌ ସର୍ଭିସ କମିସନ(ଓପିଏସ୍‌ସି)ର ଅଧ୍ୟକ୍ଷଙ୍କୁ ଚିଠି ଲେଖି ଜଣାଇଛନ୍ତି। ସେ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟ ପ୍ରଫେସର ନିଯୁକ୍ତି ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଛି। ଏଣିକି ବିଶ୍ବବିଦ୍ୟାଳୟସ୍ତରରେ ନିଯୁକ୍ତି ପ୍ରକ୍ରିୟା କରାଯିବ ନାହିଁ। ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ୍‌ ପ୍ରଫେସର ଓ ପ୍ରଫେସର ନିଯୁକ୍ତି ଓପିଏସସି ମାଧ୍ୟମରେ କରାଯିବ। ଶିକ୍ଷକ ପଦ ପୂରଣ କରିବା ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯିବା ପରେ ତାକୁ କମିସନ୍‌ ପକ୍ଷରୁ ପୂରଣ କରାଯିବ। ନିଯୁକ୍ତି ସଂକ୍ରାନ୍ତରେ ଓପିଏସସି ପକ୍ଷରୁ ଉଚ୍ଚଶିକ୍ଷା ବିଭାଗ ସହ ଆଲୋଚନା କରିବା ପାଇଁ କୁହାଯାଇଛି। ଏଥିସହ ବିଭାଗ ପକ୍ଷରୁ ୧୨ ବିଶ୍ବବିଦ୍ୟାଳୟର କୁଳପତି ଓ କୁଳସଚିବଙ୍କର ତାଲିକା ଓପିଏସ୍‌ସିକୁ ପ୍ରଦାନ କରାଯାଇଛି। କ୍ୟାରିୟର ଆଡଭାନ୍ସମେଣ୍ଟ ସ୍କିମ୍‌(ସିଏଏସ୍‌) ଜରିଆରେ ପଦୋନ୍ନତି ଏକ ସିଧାସଳଖ ନିଯୁକ୍ତି ନୁହେଁ। ବିଶ୍ବବିଦ୍ୟାଳୟରେ ପୂର୍ବରୁ ନିଯୁକ୍ତି ପାଇ କାର୍ଯ୍ୟରତ ପ୍ରଫେସରଙ୍କ କାର୍ଯଦକ୍ଷତା ଅନୁସାରେ ପଦୋନ୍ନତି ସିଏଏସ୍‌ ଜରିଆରେ କରିପାରିବେ। ୟୁଜିସି ନିୟମ ଅନୁସାରେ ଏହା କରାଯିବ।

ଅନ୍ୟପକ୍ଷରେ ରେଭେନ୍ସା ବିଶ୍ବବିଦ୍ୟାଳୟ ଆକ୍ଟ(୨୦୦୫)କୁ ଉଚ୍ଛେଦ କରାଯାଇଥିବା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରେଭେନ୍ସା କୁଳପତିଙ୍କୁ ଅବଗତ କରାଯାଇଛି। ରେଭେନ୍ସା ବିଶ୍ବବିଦ୍ୟାଳୟ ପାଇଁ ପୂର୍ବରୁ ପୃଥକ ଭାବେ ଅଧିନିୟମ ରହିଥିଲା। ଏବେ ରାଜ୍ୟ କ୍ୟାବିନେଟ୍‌ ଦ୍ବାରା ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନ ଅଧ୍ୟାଦେଶ-୨୦୨୦ ପାରିତ ହେବା ପରେ ରାଜ୍ୟ ଆଇନ ବିଭାଗ ପକ୍ଷରୁ ଚଳିତ ମାସ ୪ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ତେଣୁ ରେଭେନ୍ସା ବିଶ୍ୱବିଦ୍ୟାଳୟ ଏଣିକି ଓଡ଼ିଶା ବିଶ୍ବବିଦ୍ୟାଳୟ ଅଧିନିୟମ-୧୯୮୯ ଅନୁସାରେ ପରିଚାଳିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe