ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି, ୧୭୩୦ ଏଏସ୍‌ଆଇ ଓ ଏସ୍‌ଆଇ ପଦବି ପୂରଣ ହେବ : ମୁଖ୍ୟମନ୍ତ୍ରୀ

Advertisment
୨୦୩୬ ସୁଦ୍ଧା ସଶକ୍ତ ଓଡ଼ିଶା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି। ଗୃହ ବିଭାଗ ଖର୍ଚ୍ଚଦାବି ଆଲୋଚନାରେ ଭାଗ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଏହି ବିବୃତି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ଅଛି। ମାଓବାଦୀ କାର୍ଯ୍ୟକଳାପ କମିଛି । ପୁଲିସ ବିଭାଗର ମାନବସମ୍ବଳ ବଢାଇବା ପାଇଁ ପ୍ରାଥମିକତା ଦିଆଯାଇଛି।

ଗତବର୍ଷ ଓଡ଼ିଶା ପୁଲିସର ବିଭିନ୍ନ ପଦବିରେ ୯୪୪ ଜଣଙ୍କୁ ନିଯୁକ୍ତି ମିଳିଛି। ଅର୍ଥନୈତିକ ଅପରାଧ ରୋକିବା ପାଇଁ ୧୫ଟି ସାଇବର ଥାନା ପ୍ରତିଷ୍ଠା କରାଯାଇଛି। ଟ୍ରାନ୍ସଜେଣ୍ଡରମାନଙ୍କୁ ଏସ୍‌ଆଇ ପଦବିରେ ନିଯୁକ୍ତି ଦିଆଯାଇଛି। ରାଜ୍ୟରେ ୧୭୩୦ ଏଏସ୍‌ଆଇ ଓ ଏସ୍‌ଆଇ ପଦବି ପୂରଣ ହେବ। ଏଥି ପାଇଁ ପ୍ରକ୍ରିୟା ଚାଲିଛି। ସେହିଭଳି ରାଜ୍ୟର ସବୁ ‌ପୁଲିସ ଷ୍ଟେସନରେ ସିସିଟିଭି ଲାଗିବ। ଏ ପର୍ଯ୍ୟନ୍ତ ୫୯୩ଟି ଥାନା ମଧ୍ୟରୁ ୫୮୪ଟି ଥାନାରେ ସିସିଟିଭି ଖଞ୍ଜାଯାଇ ସାରିଛି। ପୁଲିସ ଥାନାଗୁଡ଼ିକୁ ‘ମୋ ସରକାର’ ସହିତ ଯୋଡ଼ାଯାଇଛି। ପଞ୍ଚାୟତ, ପୌର ନିର୍ବାଚନ ଓ ମାଓ ଇଲାକାରେ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ କରାଯାଇଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୁରୀରେ ରଥଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଛି। ୨ ବର୍ଷ ପରେ ସାଧାରଣ ଭକ୍ତି ପୁରୀ ରଥଯାତ୍ରାରେ ସାମିଲ ହୋଇଥିଲେ। ବ୍ୟାପକ ପୁଲିସ ମୁତୟନ ଯୋଗୁଁ ମହାପ୍ରଭୁଙ୍କ ରଥଯାତ୍ରା ଶୃଙ୍ଖଳିତ ହୋଇପାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe