ଦୁଷ୍ମନ୍ତ ଦାସଙ୍କ ପରିବାରକୁ ପୋଷ୍ୟ ଭାବେ ଗ୍ରହଣ କରିଲେ ପାରାଦୀପ ବିଧାୟକ

Advertisment
ଦୁଷ୍ମନ୍ତ ଦାସଙ୍କ ପରିବାରକୁ ପୋଷ୍ୟ ଭାବେ ଗ୍ରହଣ କରିଲେ ପାରାଦୀପ ବିଧାୟକ

ପାରାଦୀପ: ବିଜେପି କୁଜଙ୍ଗ ଦୁଷ୍ମନ୍ତ ଦାସ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କରିଥିବା ବେଳେ ତାଙ୍କ ପରିବାରକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ପାରାଦୀପର ବିଜେଡି ବିଧାୟକ ସମ୍ବିତ ରାଉତରାୟ। ପରିବାରର ସମସ୍ତ ଭଲ ମନ୍ଦ ବୁଝିବେ ବୋଲି ବିଧାୟକ ସମ୍ବିତ ରାଉତରାୟ ପ୍ରତିଶ୍ରୁତି ଦେଇଛନ୍ତି। ଦୁଷ୍ମନ୍ତ ଦାସଙ୍କ ଦୁର୍ଭାଗ୍ୟଜନକ ବିୟୋଗରେ ସେ ଅତ୍ୟନ୍ତ ମର୍ମାହତ ବୋଲି କହିଛନ୍ତି ସମ୍ବିତ। ଦୁଃଖଦ ସମୟରେ ପରିବାର ସହ ଅଛନ୍ତି ଓ ତାଙ୍କ ପରିବାରକୁ ପୋଷ୍ୟ ଭାବେ ଗ୍ରହଣ କରିଥିବା କହିଛନ୍ତି ସେ।

ଦୁଷ୍ମନ୍ତଙ୍କୁ କଟକ ବଡ଼ ମେଡିକାଲକୁ କିଏ ଡାକି ନେଇଥିଲା, ତାହାର ଯାଞ୍ଚ ପାଇଁ ମେଡିକାଲ ସିସିଟିଭି ଫୁଟେଜ ଯାଞ୍ଚ ପାଇଁ ସେ ଦାବି କରିଛନ୍ତି। ରାଜ୍ୟ ସରକାର ଦୁଷ୍ମନ୍ତଙ୍କ ପତ୍ନୀଙ୍କୁ ଚାକିରି ଦେବାକୁ ଘୋଷଣା କରିଛନ୍ତି। ମୃତକଙ୍କ ପରିବାରକୁ ୧ ଲକ୍ଷ ଟଙ୍କାର ସରକାରୀ ସହାୟତା ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୩୦ ହଜାର ଟଙ୍କା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe