ଗୁପ୍ତେଶ୍ବର କଂପ୍ଲେକ୍ସର ପାରାପିଟ୍ ଖସିଲା, ଅଘଟଣରୁ ବର୍ତ୍ତିଲେ ଲୋକେ

Advertisment
ଗୁପ୍ତେଶ୍ବର କଂପ୍ଲେକ୍ସର ପାରାପିଟ୍ ଖସିଲା, ଅଘଟଣରୁ ବର୍ତ୍ତିଲେ ଲୋକେ

ଜୟପୁର: ଗତ କାଲି ସଂଧ୍ୟାରେ ସ୍ଥାନୀୟ ଗୁପ୍ତେଶ୍ବର କଂପ୍ଲେକ୍ସର ଉପରମହଲାର ପାରାପିଟ୍‌ ଭାଙ୍ଗିଯାଇ  ସିମେଣ୍ଟ ଖଣ୍ଡ ଗୁଡିକ ତଳକୁ ଖସି ପଡ଼ିଥିଲା। ଏଥିରେ ତଳେ ଥିବା ଗୋଟିଏ ବୈଦ୍ୟୁତିକରଣ‌ ଦୋକାନର ସାଇନ୍ ବୋର୍ଡ ଭାଙ୍ଗି ଯାଇଥିଲା। କାଁଭାଁ କିଛି ମୋଟରସାଇ‌କେଲରେ ମାଡ଼ ହୋଇଛି। ତେବେ ଭାଗ୍ୟବଶତଃ ‌ଅଘଟଣରୁ ବହୁ‌ ଲୋକେ ବର୍ତ୍ତି ‌ଯାଇଛନ୍ତି।

ଭଡ଼ା ପାଇଁ ବିବାଦୀୟ ପରିସ୍ଥିତିରେ ଦେବୋତ୍ତର ଅଧିନରେ ଥିବା ଗୁପ୍ତେଶ୍ବର କଂପ୍ଲେକ୍ସର ମରାମତି ଆଦି ହୋଇ ପାରୁନି। ଅପରପକ୍ଷରେ ଭଡ଼ାରେ ଥିବା ଷ୍ଟଲ ମାଲିକ ମାନେ ମଧ୍ୟ ଏହାର ରକ୍ଷଣାବେକ୍ଷଣ କି ଦେଖାରଖା କରୁ ନାହାନ୍ତି। ଗତ କିଛି ଦିନର ଲଗାଣ ବର୍ଷା ଫଳରେ ପାରପେଟ କାନ୍ତ ଭୁଷୁଡି ସିମେଣ୍ଟ ଖଣ୍ଡ ଗୁଡିକ ଉପରୁ ତଳକୁ ଖସିଥିଲା। ଭାଗ୍ୟବଶତଃ ଏହି ସିମେଣ୍ଟ ଖଣ୍ଡ ପଡ଼ିଥିବା ସ୍ଥାନର ଅତି ନିକଟରେ ଥିବା କଂପୁଟର ତାଲିମ କେନ୍ଦ୍ରର ଛାତ୍ରଛାତ୍ରୀ ଓ ଉତ୍କଳ ଗ୍ରାମ୍ୟବ୍ୟାଙ୍କକୁ ଆସୁଥିବା ଶତାଧିକ ଗ୍ରାହକ ସେ ସମୟରେ ସେଠାରେ ନଥିଲେ। ନଚେତ ବଡ଼ ଧରଣର ଅଘଟଣକୁ ଏଡାଇ ଦେଇ ହୋଇ ନଥାନ୍ତା ବୋଲି ବହୁ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଜିଲ୍ଲାପ୍ରଶାସନ ଏଦିଗରେ ଦୃଷ୍ଟି ଦେବାକୁ ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe