ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଗୁରୁବାର ଖୋଲିବ ପାର୍ସଲ୍‌

Advertisment
ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଗୁରୁବାର ଖୋଲିବ ପାର୍ସଲ୍‌

ରାଉରକେଲା: ଜାମଶେଦପୁରରେ ଯୁବ ବ୍ୟବସାୟୀ ରାହୁଲ ଅଗ୍ରୱାଲଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ରାହୁଲ ପୂର୍ବରୁ ଭିଡିଓ ବାର୍ତ୍ତାରେ ଶ୍ବଶୂର ପରିବାରର ନିର୍ଯାତନା ବିଷୟରେ ବିସ୍ତୃତଭାବେ କହିଥିଲେ। ଏବେ ମୃତ୍ୟୁ ପୂର୍ବରୁ ରାହୁଲ ପଠାଇଥିବା ଏକ ପାର୍ସଲ ପରିବାରବର୍ଗଙ୍କୁ ହସ୍ତଗତ ହୋଇଛି। ଗତକାଲି ମଧ୍ୟାହ୍ନରେ ରାହୁଲଙ୍କ ସିଭିଲ ଟାଉନସିପ୍‌ସ୍ଥ ବାସଗୃହ ଠିକଣାରେ ଏକ ପାର୍ସଲ୍‌ ପହଞ୍ଚିଛି। ତେବେ ଉକ୍ତ ପାର୍ସଲକୁ ପରିବାର ଲୋକ ଖୋଲିନାହାନ୍ତି। ଆସନ୍ତା ଗୁରୁବାର ଦିନ ଜାମଦେଶପୁର ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଉକ୍ତ ପାର୍ସଲକୁ ଖୋଲାଯିବ। ତେବେ ଉକ୍ତ ପାର୍ସଲରେ କ’ଣ ରହିଛି, ସେନେଇ ଚର୍ଚ୍ଚା ଜୋର୍‌ ଧରିଛି।

ଅପରପକ୍ଷରେ, ଘଟଣା ଘଟିବା ଦିନଠାରୁ ମୃତକଙ୍କ ଶ୍ବଶୂର ପରିବାର ଲୋକ ଫେରାର ଅଛନ୍ତି। ତାଙ୍କ ଶ୍ବଶୂର ପ୍ରଦୀପ ଚୁଡ଼ିୱାଲ, ଶାଶୂ କୁସୁମ ଚୁଡ଼ିୱାଲ, ଶାଳକ ପୀୟୁଷ ଚୁଡ଼ିୱାଲ, ପତ୍ନୀ ବର୍ଷାଙ୍କ କୌଣସି ପତ୍ତା ମିଳୁନି। ଏକାଧିକବାର ସେମାନଙ୍କ ଘରକୁ ଯାଇଥିବାବେଳେ ସବୁବେଳେ ତାଲା ପଡ଼ିଥିବା ଦେଖିବାକୁ ପାଇଛି ସେଠାକାର ପୁଲିସ। ସୂଚନାଯୋଗ୍ୟ, ସ୍ଥାନୀୟ ସିଭିଲଟାଉନସିପ୍‌ର ବ୍ୟବସାୟୀ ବଜରଙ୍ଗଲାଲ ଅଗ୍ରୱାଲଙ୍କ ପୁଅ ରାହୁଲ ଅଗ୍ରୱାଲ(୩୮) ଗତ ୨୦୧୨ ମସିହାରେ ଜାମଶେଦପୁରର ବର୍ଷା ଚୁଡ଼ିୱାଲ(୩୨)ଙ୍କୁ ବିବାହ କରିଥିଲେ। ୨୦୧୬ ସେମାନଙ୍କର ଯାଆଁଳା ପୁଅ-ଝିଅ ବେଦ-ବେଦିକାଙ୍କ ଜନ୍ମ ହାଇଥିଲା।

ଏହା ପରଠାରୁ ଶ୍ବଶୂର ପରିବାର ଲୋକେ ବର୍ଷାଙ୍କୁ ନିଜ ଆୟତ୍ତକୁ ନେଇ ରାହୁଲ ଓ ତାଙ୍କ ପରିବାରକୁ ନିର୍ଯାତନା ଦେଇଥିଲେ। ‌‌ରାହୁଲ ଓ ତାଙ୍କ ପରିବାରବର୍ଗଙ୍କ ବିରୋଧରେ ଯୌତୁକ ନିର୍ଯାତନା ଭଳି ସଙ୍ଗୀନ ଅଭିଯୋଗ ଆଣିଥିଲେ। ଏଥିରେ ବ୍ୟତିବସ୍ତ ହୋଇପଡ଼ିଥିଲେ ରାହୁଲ। ବୃଦ୍ଧ କାଳରେ ପିତା-ମାତାଙ୍କୁ ନିର୍ଯାତନା ଦିଆଯାଉଥିବାରୁ ସେ ଦୁଃଖିତ ଓ ବେଶ୍‌ ଭାଙ୍ଗିପଡ଼ିଥିବା ଭିଡିଓ ବାର୍ତ୍ତାରେ କହିଥିଲେ। ଗତ ୫ ତାରିଖରେ ଜାମଦେଶଦପୁର ବିଷ୍ଣୁପୁରସ୍ଥ ଏକ ୭ ମହଲା ଉପରୁ ତଳେ ପଡ଼ିବାରୁ ତାଙ୍କର ପରଲୋକ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe