(representational immage) Freepik
ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍ ଝୋଳପଥର ଗ୍ରାମରେ ଜଣେ ଅଢ଼େଇ ମାସର ଶିଶୁକୁ ଛାଡ଼ି ମା’-ବାପା ଫେରାର୍ ହୋଇଯାଇଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ନିରୀହ ଶିଶୁଟି ବର୍ତ୍ତମାନ ନିଜ ଆଈ ପାଖରେ ରହିଥିବା ବେଳେ ପ୍ରଶାସନ ତୁରନ୍ତ ତା’ର ବ୍ୟବସ୍ଥା କରିବାକୁ ଖଡ଼ିଆଳ ବ୍ଲକ୍ ଉପାଧ୍ୟକ୍ଷ ଗୌତମ ତାଣ୍ଡି ଅନୁରୋଧ କରିଛନ୍ତି।
ପ୍ରକାଶ ଯେ, ଦୁଇ ମାସ ପୂର୍ବରୁ ସଂପୃକ୍ତ ଶିଶୁର ବାପା କୁଆଡ଼େ ଚାଲି ଯାଇଥିବା ବେଳେ ଦୁଇ ଦିନ ପୂର୍ବରୁ ମା’ ମଧ୍ୟ କେଉଁ ଆଡ଼େ ଚାଲି ଯାଇଥିବା ଜଣାପଡ଼ିଛି। ବର୍ତ୍ତମାନ ଶିଶୁଟି ବୃଦ୍ଧା ଆଈ ପାଖରେ ରହିଛି। ନିହାତି ଗରିବ ପରିବାର ହୋଇଥିବାରୁ ଶିଶୁର ଯତ୍ନ ନେବାକୁ ସେମାନେ ସକ୍ଷମ ହେଉନଥିବା ଆଈ ପ୍ରକାଶ କରିଛନ୍ତି। ଖବରପାଇ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ତାଣ୍ଡି ଘରକୁ ଯାଇ ସରକାର ଶିଶୁର ସେବାଯତ୍ନ ପ୍ରତି ବ୍ୟବସ୍ଥା ନକଲେ, ସେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଶିଶୁର ସମସ୍ତ ପ୍ରକାର ସହାୟତା ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
Follow Us