ବଡ଼ବିଲ: ବଡ଼ବିଲ ପୌରାଞ୍ଚଳ ୧୫ ନମ୍ବର ୱାର୍ଡ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଖାଲି ସ୍ଥାନରେ ଏକ ପାର୍କ ନିର୍ମାଣ ପାଇଁ ବଡ଼ବିଲ ପୌରାଧ୍ୟକ୍ଷ ଲକ୍ଷ୍ମଣ ମହାନ୍ତ ଶିଳାନ୍ୟାସ କରିଛନ୍ତି।
ଏହି ପ୍ରକଳ୍ପରେ ୬୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ଥିବାବେଳେ ସହରର ସୌନ୍ଦର୍ଯ୍ୟୀକରଣ ପାଇଁ ଏହା ନିର୍ମାଣ କରାଯାଉଛି। କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷ ଶ୍ରୀ ମହାନ୍ତଙ୍କ ସହ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା, ବଡ଼ବିଲ ତହସିଲଦାର ଆଲୋକ କୁମାର ପଟେଲ, ଅତିରିକ୍ତ ତହସିଲଦାର ଶର୍ମିଷ୍ଠା ସାହୁ, ଉପାଧ୍ୟକ୍ଷା ସରସ୍ବତୀ ନାଏକ, ୪ ନମ୍ବର ୱାର୍ଡ କାଉନସିଲର ରଶ୍ମିତା ମହାନ୍ତି, ମୁଖ୍ୟ କିରାଣି ରାଜେନ୍ଦ୍ର କୁମାର ସିଂ, ପୌରଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ମହାନ୍ତ, କନିଷ୍ଠ ଯନ୍ତ୍ରୀ ମାନସ କୁମାର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।
Follow Us