ପାରଳା ଅର୍ବାନ ବ୍ୟାଙ୍କ ଘୋଟାଲାର ତଦନ୍ତ ହେବ

ପାରଳା ଅର୍ବାନ ବ୍ୟାଙ୍କ ଘୋଟାଲାର ତଦନ୍ତ ହେବ

ପାରଳାଖେମୁଣ୍ଡି : ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶକୁ ଅଣଦେଖା କରାଯିବା ସହ ଗତ ଜାନୁଆରି ମାସରେ ସରକାରୀ ନିୟମକୁ ଉଲ୍ଲଂଘନ କରି ସ୍ଥାନୀୟ ସହରାଞ୍ଚଳ ସମବାୟ ବ୍ୟାଙ୍କରୁ ୯୧ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହଡ଼ପ ଅଭିଯୋଗ ହୋଇଥିଲା। ଏହି ହଡ଼ପ ଘଟଣାର ତଦନ୍ତ କରାଯିବ ବୋଲି ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଗଣମାଧ୍ୟମକୁ କହିଛନ୍ତି।

ଏ ଘୋଟାଲା ସମ୍ପର୍କରେ ଖବର ପ୍ରକାଶ ପରେ ପ୍ରଶାସନିକ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ବ୍ୟାଙ୍କ ପରିଚାଳକ ଅଶୋକ ନାୟକଙ୍କୁ ଏଥିପାଇଁ ଦାୟୀ କରି ନିର୍ଦ୍ଦେଶକମାନେ ଲିଖିତ ଭାବେ ରାଜ୍ୟ ସରକାରଙ୍କୁ ମଧ୍ୟ ଜଣାଇଥିଲେ। ସମବାୟ ମନ୍ତ୍ରୀ ଶ୍ରୀ ନାୟକ ଆଜି ପାରଳାଖେମୁଣ୍ଡି ଗସ୍ତରେ ଆସିଥିବା ବେଳେ ଏହି ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି। ଗଣମାଧ୍ୟମକୁ ଟିପ୍ପଣୀ ଦେଇ ମନ୍ତ୍ରୀ କହିଛନ୍ତି, ଅର୍ବାନ ବ୍ୟାଙ୍କ ଜାଲିଆତି ମାମଲା ସମ୍ପର୍କରେ ସେ ଅବଗତ ଅଛନ୍ତି ଏବଂ ନିଶ୍ଚିତ ଭାବେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେବ।

ବେସରକାରୀ ସଂସ୍ଥାକୁ ହସ୍ତାନ୍ତର କରିଥିବା ଏହି ଟଙ୍କା ଫେରି ନଆସିଲେ ସମବାୟ ଆଇନ ଅନୁସାରେ ଦାୟୀ ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe