ଟ୍ରେନ୍‌ରେ ଛାଡ଼ି ଦେଇଥିବା ମୋବାଇଲ୍ ଫେରି ପାଇଲେ ଯାତ୍ରୀ

ଟ୍ରେନ୍‌ରେ ଛାଡ଼ି ଦେଇଥିବା ମୋବାଇଲ୍ ଫେରି ପାଇଲେ ଯାତ୍ରୀ

India Rail Info

ବ୍ରଜରାଜନଗର : ଟ୍ରେନ୍‌ ଛାଡ଼ି ଯାଇଥିବା ମୋବାଇଲ ଫେରି ପାଇଛନ୍ତି ଯାତ୍ରୀ। ଆର୍‌ପିଏଫ୍‌ର ତତ୍ପରତା ଯୋଗୁଁ ଏହା ସମ୍ଭବ ହୋଇଥିଲା।
ବ୍ରଜରାଜନଗରର ନିର୍ମଳ ଦାସ ରାୟଗଡ଼ରୁ ଏଲ୍‌ଟିଟି ଟ୍ରେନ୍‌ ଯୋଗେ ବୁଧବାର ରାତିରେ ଝାରସୁଗୁଡା ଫେରୁଥିଲେ। ତେବେ ଟ୍ରେନ୍‌ଟି ବେଲପାହାଡ଼ରେ ହଠାତ୍‌ ଅଟକି ଯିବାରୁ ନିର୍ମଳ ଓ ତାଙ୍କ ସହିତ ବ୍ରଜରାଜନଗର ଆସୁଥିବା ଯାତ୍ରୀମାନେ ସେଠାରେ ଓହ୍ଲାଇ ଯାଇଥିଲେ।

ଟ୍ରେନ୍‌ଟି ରାତି ୧୨. ୨୦ମି.ରେ ଛାଡ଼ି ଦେବା ପରେ ତାଙ୍କ ମୋବାଇଲ ଚାର୍ଜିଂ ଅବସ୍ଥାରେ ଟ୍ରେନ୍‌ରେ ରହିଯାଇଥିବା ନିର୍ମଳ ମନେପକାଇଥିଲେ। ଏନେଇ ସାଙ୍ଗରେ ଥିବା ଶ୍ୟାମ ରାଓଲାନିଙ୍କୁ କହିଥିଲେ। ଶ୍ରୀ ରାଓଲାନି ଏସମ୍ପର୍କରେ ବ୍ରଜରାଜନଗର ଆର୍‌ପିଏଫ୍‌ ଇନ୍‌ଚାର୍ଜ ପୁରୁଷୋତ୍ତମ ତିୱାରୀଙ୍କୁ ଜଣାଇବା ପରେ ସେ ତୁରନ୍ତ ପଦକ୍ଷେପ ନେଇଥିଲେ। ଝାରସୁଗୁଡ଼ା ଷ୍ଟେସନ୍‌ରେ ଆର୍‌ପିଏଫ୍‌ ଅଧିକାରୀ ଟ୍ରେନ୍‌ରୁ ମୋବାଇଲ ନେଇଥିଲେ। ଗୁରୁବାର ଏହି ମୋବାଇଲକୁ ଆର୍‌ପିଏଫ୍‌ ଇନ୍‌ଚାର୍ଜ ଶ୍ରୀ ତିୱାରୀ ନିର୍ମଳଙ୍କୁ ହସ୍ତାନ୍ତର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe