ନାଗନାଗୁଣୀ ପାହାଡ଼ରେ ଉଡ଼ିଲା ଶ୍ରୀଜଗନ୍ନାଥଙ୍କ ନେତ

ନାଗନାଗୁଣୀ ପାହାଡ଼ରେ ଉଡ଼ିଲା ଶ୍ରୀଜଗନ୍ନାଥଙ୍କ ନେତ

ଘଟଗାଁ: ଘଟଗାଁ ବ୍ଲକ୍‌ ବର୍ହାଟିପୁରା ପଞ୍ଚାୟତ ଅନ୍ତର୍ଗତ ସୁନାରିପଶି ଗ୍ରାମରେ ଅବସ୍ଥିତ ନାଗନାଗୁଣୀ ପାହାଡ଼ରେ ଶ୍ରୀ ଜନ୍ନାଥଙ୍କର ପୂଜା ଅର୍ଚ୍ଚନା କରାଯିବା ସହ ନେତ ସ୍ତମ୍ଭ ପ୍ରତିଷ୍ଠା କରାଯାଇଛି। ଏଠାରେ ଜଗନ୍ନାଥଙ୍କ ଧାମରୁ ଅଣାଯାଇଥିବା ଆଜ୍ଞା ପତାକା ଉଡ଼ା ଯାଇଛି। ଶ୍ରୀକ୍ଷତ୍ର ପୁରୀରୁ ବ୍ରାହ୍ମଣ ପୁରୋହିତ ଦେବୀ ପ୍ରାସାଦ ଦୀକ୍ଷିତ ଓ ଦୁର୍ଗା ମାଧବ ନନ୍ଦ ଉକ୍ତ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ସମସ୍ତ ପୂଜା ଅର୍ଚ୍ଚନା କରିଥିଲେ। ମା’ ତାରିଣୀ ପୀଠରୁ ଓ ନୀଳକଣଠେଶ୍ଵରଙ୍କ ଠାରୁ ଆଜ୍ଞା ମାଳ ଅଣାଯିବା ପରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ବର୍ହାଟିପୁରା ଗ୍ରାମର ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ରମାକାନ୍ତ ପ୍ରଧାନଙ୍କ ନେତୃତ୍ୱରେ ସାରଙ୍ଗ ଧର ରଣା, ବସନ୍ତ ବେହେରା, ଅଭୟ ପଣ୍ଡା, ମନୋରଞ୍ଜନ ନାୟକ, ଶେଷଦେବ ବେହେରା, ରୋହିତ ବେହେରା, ନିରୁପମା ଘଡେ଼ଇ, ସୁମନ କଲ୍ୟାଣ ଶତପଥୀ, ପ୍ରଶାନ୍ତ ରାଉତ ପ୍ରମୁଖ ଆର୍ଥିକ ସହାୟତା କରିଥିଲେ।  ମହାପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମରେ ରବୀନ୍ଦ୍ର ପଲେଇ, ବାସୁଦେବ ବେହେରା, ଚିତ୍ତରଞ୍ଜନ ପଣ୍ଡା, ସୂର୍ଯ୍ୟମଣି ବେହେରା, ସୁଦାମ ବାରିକ, ଶରତ କୁମାର ବେହେରା, ବିଶ୍ୱଜିତ୍ ବେହେରା, ସତ୍ୟ ବେହେରା, ଚିନ୍ମୟ ବେହେରା, ସମୀର ରଞ୍ଜନ ପଲେଇ, ଅଜୟ ପଲେଇ, ଗଗନ ମହାକୁଡ, ଅନୀଲ ଆଚାର୍ଯ୍ୟ, ମାୟାଧର ଗିରି, ସୁନୀଲ ଦେହୁରୀ ପ୍ରମୁଖ ଉପସ୍ଥିତ ରହି ସଫଳ ପରିଚାଳନା କରିଥିଲେ। ଏହି ମହତ୍ କାର୍ଯ୍ୟ ପାଇଁ ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମରୁ ଶତାଧିକ ମହିଳା ଓ ପୁରୁଷ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe