କୋଭିଡ୍‌ରେ ରୋଗୀଙ୍କ ଜୀବନ ଗଲା

କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ବୁର୍ଲା: ବୁର୍ଲା ଭିମସାର୍ ପ୍ରଥମ କୋଭିଡ୍ ହସ୍ପିଟାଲରେ ଚତୁର୍ଥ ଲହରର ପ୍ରଥମ ରୋଗୀଙ୍କ ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ସଂପୃକ୍ତ ରୋଗୀ ଜଣକ ଗତ ଶନିବାର ଦିନ ବିକାଶ ହସ୍ପିଟାଲରୁ ରେଫର୍ ଗୁରୁତର ଅବସ୍ଥାରେ ଭିମସାର୍ ପ୍ରଥମ କୋଭିଡ୍ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ତାଙ୍କ ଅବସ୍ଥା ଗୁରୁତର ଥବାବେଳେ ତାଙ୍କର ଡାଇଲିସିସ୍ ମଧ୍ୟ ଚାଲିଥିଲା।

ଆଜି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି। ଅନ୍ୟ ପକ୍ଷରେ ଆଜି ପ୍ରଥମ କୋଭିଡ୍ ହସ୍ପିଟାଲ୍‌ରେ ୭ ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି। ସେଥମଧ୍ୟରୁ ଦୁଇ ଜଣ ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି ହୋଇଥିବା ବେଳେ ଅନ୍ୟ ପାଞ୍ଚ ଜଣ ସାଧାରଣ ଶଯ୍ୟାରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe