ଡାକ୍ତରଖାନା ଯିବା ବାଟରେ ଟ୍ରକ୍‌ ଧକ୍କାରେ ରୋଗୀ ମୃତ

Advertisment

ଡାକ୍ତର ଦେଖାଇବାକୁ ଡାକ୍ତରଖାନା ଯାଉଥିବା ବେଳେ ଟ୍ରକ୍‌ ଧକ୍କାରେ ରୋଗୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୩ ଜଣ ଗୁରୁତର ‌ହୋଇଛନ୍ତି। କାମାକ୍ଷାନଗର ଥାନା ୫୩ ନମ୍ବର ଜାତୀୟ ରାଜପଥ ଜିରିଡ଼ାମାଳି ବାଇପାସ୍‌ ନିକଟରେ ଆଜି ସକାଳେ ଏଭଳି ଦୁର୍ଘଟଣା ଘଟିଛି।

ଡାକ୍ତର ଦେଖାଇବାକୁ ଡାକ୍ତରଖାନା ଯାଉଥିବା ବେଳେ ଟ୍ରକ୍‌ ଧକ୍କାରେ ରୋଗୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୩ ଜଣ ଗୁରୁତର ‌ହୋଇଛନ୍ତି। କାମାକ୍ଷାନଗର ଥାନା ୫୩ ନମ୍ବର ଜାତୀୟ ରାଜପଥ ଜିରିଡ଼ାମାଳି ବାଇପାସ୍‌ ନିକଟରେ ଆଜି ସକାଳେ ଏଭଳି ଦୁର୍ଘଟଣା ଘଟିଛି।

khkh;kk;kh;

କାମାକ୍ଷାନଗର/ପଣ୍ଡୁଆ: ଡାକ୍ତର ଦେଖାଇବାକୁ ଡାକ୍ତରଖାନା ଯାଉଥିବା ବେଳେ ଟ୍ରକ୍‌ ଧକ୍କାରେ ରୋଗୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୩ ଜଣ ଗୁରୁତର ‌ହୋଇଛନ୍ତି। କାମାକ୍ଷାନଗର ଥାନା ୫୩ ନମ୍ବର ଜାତୀୟ ରାଜପଥ ଜିରିଡ଼ାମାଳି ବାଇପାସ୍‌ ନିକଟରେ ଆଜି ସକାଳେ ଏଭଳି ଦୁର୍ଘଟଣା ଘଟିଛି। 

କଙ୍କଡ଼ାହାଡ଼ ଥାନା କଲଦା ଗ୍ରାମ ମୁଣ୍ଡାସାହିର ନିରଞ୍ଜନ ପଧାନ (୫୫)ଙ୍କ ଶରୀର ଅସୁସ୍ଥ ଥିଲା। ସେ ଆଜି ସକାଳେ ଏକ ମାରୁତି ଇକୋ ଭ୍ୟାନ୍‌ରେ ପତ୍ନୀ କାମିନୀ (୪୮), ପୁଅ ପୂର୍ଣ୍ଣଚନ୍ଦ୍ର (୩୦) ଓ ସିଦ୍ଧାନ୍ତ (୨୭)ଙ୍କ ସହ ଡାକ୍ତରଖାନାକୁ ବାହାରିଥିଲେ। ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ‌ନିରଞ୍ଜନ ଡାକ୍ତର ଦେଖାଇଥାନ୍ତେ। ହେଲେ ଜିରିଡ଼ାମାଳି ବାଇପାସ୍‌ ନିକଟରେ ଭ୍ୟାନ୍‌ଟି ଜାତୀୟ ରାଜପଥକୁ ବାହାରିଲା ବେଳକୁ ଭୁବନ ପଟୁ ଆସୁଥିବା ଏକ ଟ୍ରକ୍‌ ଧକ୍କା ଦେଇ କିଛି ବାଟ ଘୋଷାଡ଼ି ନେଇଥିଲା। ଗାଡ଼ିରେ ଥିବା ନିରଞ୍ଜନଙ୍କ ସମେତ ଅନ୍ୟମାନେ ଗୁରୁତର ହୋଇଥିଲେ। ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଲୋକେ ସମସ୍ତଙ୍କୁ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ନିରଞ୍ଜନଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଅନ୍ୟମାନଙ୍କୁ ଗୁରୁତର ‌ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। 

ପତ୍ନୀ ଓ ପୁଅ ଗୁରୁତର, ଚାଳକ ଆହତ
ଟାୟାର ଜାଳି ୨ ଘଣ୍ଟା ରାସ୍ତା ଅବରୋଧ

ଅନ୍ୟପଟେ ଜିରିଡ଼ାମାଳି ବାଇପାସ୍‌ ନିକଟରେ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଛି। ଏନେଇ ବାରମ୍ବାର ଅଭିଯୋଗ ହେଉଥିଲେ ବି ପ୍ରଶାସନ କୌଣସି ପଦକ୍ଷେପ ନିଆଯାଉନି। ଫଳରେ ଆଜି ଦୁର୍ଘଟଣା ପରେ ଲୋକେ ଟାୟାର ଜାଳି ୨ଘଣ୍ଟା ଧରି ଢେଙ୍କାନାଳ-କାମାକ୍ଷାନଗର ରାସ୍ତାକୁ ଅବରୋଧ କରିଥିଲେ। ତୁରନ୍ତ ଉକ୍ତ ଦୁର୍ଘଟଣାପ୍ରବଣ ସ୍ଥାନରେ ହମ୍ପ୍‌ସ ନିର୍ମାଣ ସହ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଲୋକେ ଦାବି କରିଥିଲେ। ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଜଣାଇବା ସହ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରି ୭ ଦିନ ମଧ୍ୟରେ ଉଭୟ ପାର୍ଶ୍ବରେ ହମ୍ପ୍‌ସ ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପରେ ରାସ୍ତାରୋକ ହଟିଥିଲା। ଥାନାଧିକାରୀ ଧୀରେନ କୁମାର ବେହେରା ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe