ଆଇସିୟୁରେ ଶଯ୍ୟା ନପାଇ ରୋଗୀର ମୃତ୍ୟୁ ! 

Advertisment
କକାଙ୍କ ଆକ୍ରମଣରେ ଚାଲିଗଲା ପୁତୁରାଙ୍କର ଜୀବନ

www.vimsar.ac.in

ବୁର୍ଲା: ପଶ୍ଚିମ ଓଡ଼ିଶାର ସ୍ବାସ୍ଥ୍ୟ ସେବାର ପ୍ରାଣକେନ୍ଦ୍ର ବୁର୍ଲା ଭିମସାର୍। ଉତ୍ତମ ସ୍ବାସ୍ଥ୍ୟ ସେବା ପାଇଁ ଏଠାକୁ ପ୍ରତିଦିନ ହଜାର ହଜାର ରୋଗୀ ପଶ୍ଚିମ ଓଡ଼ିଶା ତଥା ପଡ଼ୋଶୀ ଝାଡ଼ଖଣ୍ଡ ଓ ଛତିଶଗଡ଼ରୁ ଆସିଥାନ୍ତି। ସେଥିମଧ୍ୟରୁ ଗୁରୁତର ତଥା ଅତିଗୁରୁତର ରୋଗୀଙ୍କୁ ଆଇସିୟୁକୁ ସ୍ଥାନନ୍ତରିତ କରାଯାଇଥାଏ। ଡାକ୍ତରଖାନାର କେନ୍ଦ୍ରୀୟ ଆଇସିୟୁରେ ୨୦ଟି ଶଯ୍ୟା ରହିଛି।

ପ୍ରଥମ ୱାର୍ଡରେ ୮ଟି ଶଯ୍ୟା ଥିବା ବେଳେ ଅନ୍ୟ ଦୁଇଟି ୱାର୍ଡରେ ୬ଟି ଲେଖାଏଁ ଶଯ୍ୟା ରହିଛି। ଗତ ଶନିବାର ଦିନ ହାତୀ ଆକ୍ରମଣର ଶିକାର ହୋଇ ଗୁରୁତର ଅବସ୍ଥାରେ ଦେବଗଡ଼ ଜିଲ୍ଲାର ଶିବ ଦେହୁରୀ (୪୫) ପ୍ରଥମେ ଆଶୁଚିକିତ୍ସା ବିଭାଗ ଏବଂ ପରେ ସର୍ଜରୀ ବିଭାଗର ୨୨ ନମ୍ବର ଶଯ୍ୟାରେ ଗୁରୁତର ଅବସ୍ଥାରେ ରହିଥିଲେ। କିନ୍ତୁ, ତାଙ୍କୁ ଆଇସିୟୁ ବେଡ୍ ମିଳିପାରିନଥିବାରୁ ଆଜି ସକାଳେ ତାଙ୍କର ମୃତ୍ୟୁ ହେଇଥିଲା ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଖାଲି ସେ କାହିଁକି ଭିମସାର୍‌ର ଅନ୍ୟ ବିଭାଗଗୁଡିକରେ ମଧ୍ୟ ଅନେକ ରୋଗୀ ଗୁରୁତର ଅବସ୍ଥାରେ ରହି ଆଇସିୟୁ ବେଡ୍ ନ ପାଇ ମୃତ୍ୟୁବରଣ କରୁଥିବା ଅଭିଯୋଗ ହୋଇଛି। ଅପରପକ୍ଷରେ ସୋମବାର ଦିନ କେନ୍ଦ୍ରୀୟ ଆଇସିୟୁରେ ଜଣେ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଥିଲେ। କର୍ମଚାରୀ ଅଭାବ ଯୋଗୁଁ ପ୍ରଥମ କୋଭିଡ୍ ହସ୍ପିଟାଲ୍‌ର ଆଇସିୟୁ କାର୍ଯ୍ୟକ୍ଷମ ହୋଇନଥିବାରୁ ତାଙ୍କୁ ସ୍ଥାନାନ୍ତରିତ କରାନଯାଇ କେନ୍ଦ୍ରୀୟ ଆଇସିୟୁରେ ରଖାଯାଇଥିଲା।

ଗତକାଲି ତାଙ୍କୁ ପ୍ରଥମ କୋଭିଡ୍ ହସ୍ପିଟାଲକୁ ସ୍ଥାନନ୍ତର କରାଯାଇ ଉକ୍ତ ବିଭାଗକୁ ସେନିଟାଇଜ କରାଯାଇଛି ବୋଲି ଡାକ୍ତରଖାନା ସୂତ୍ରରୁ ଖବର ମିଳିଛି। ଅପରପକ୍ଷରେ ଅନେକ ଗୁରୁତର ରୋଗୀ ଆଇସିୟୁ ଶଯ୍ୟା ନପାଇ ହନ୍ତସନ୍ତ ହେଉଥିବାର ଜଣାପଡ଼ିଛି। ତେଣୁ, ଦ୍ବିତୀୟ କୋଭିଡ୍ ହସ୍ପିଟାଲ(ବର୍ତ୍ତମାନ ନୂଆ ମେଡିସିନ ଓ୍ବାର୍ଡ)ରେ ଥିବା ଆଇସିୟୁ କାର୍ଯ୍ୟକ୍ଷମ ହେଲେ ଶୀଘ୍ର ଏହି ସମସ୍ୟା ଦୂର ହୋଇପାରନ୍ତା ବୋଲି କହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe