ଉଲଗ୍ନ ଅବସ୍ଥାରେ ରାଜରାସ୍ତାରୁ ରୋଗୀ ଉଦ୍ଧାର

ସାନଭାଇର ଆକ୍ରମଣରେ ବଡ଼ର ଚାଲିଗଲା ଜୀବନ

www.vimsar.ac.in

ବୁର୍ଲା: ଆଜି ବୁର୍ଲା ଭିମ୍‌ସାର୍‌ରେ ଭର୍ତ୍ତି ହୋଇଥିବା ଜଣେ ରୋଗୀଙ୍କୁ ‌କେନାଲ ଛକରୁ ନଗ୍ନ ଅବସ୍ଥାରେ ଉଦ୍ଧାର କରାଯାଇଛି।  ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ଅପରାହ୍‌ଣ ୩ଟା ସମୟରେ ବୁର୍ଲା କେନାଲ ଛକରେ କ୍ୟ‌ାଥେଟର(ପରିସ୍ରା ନଳୀ) ଲାଗିଥିବା ଜଣେ ରୋଗୀ ନଗ୍ନ ଅବସ୍ଥାରେ ବସିଥିଲେ। ସେହି ରାସ୍ତା ଦେଇ ଯାଉଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନର ‘ପରିଚୟ’ର ଜଣେ ସଦସ୍ୟ ଅନିଲ ଦେହୁରୀଙ୍କ ନଜରରେ ଏହା ପଡ଼ିଥିଲା। ଉଲଗ୍ନ ଅବସ୍ଥାରେ ରୋଗୀକୁ ଦେଖି ସେ ବିସ୍ମିତ ହୋଇଥିଲେ। ରୋଗୀଙ୍କ ପାଖକୁ ଯାଇ ତାଙ୍କ ପରିଚୟ ଏବଂ ସେଠାକୁ କେମିତି ଆସିଲେ ବୋଲି ପଚାରିଥିଲେ।

ମାତ୍ର, ରୋଗୀ ଜଣକ କୌଣସି ଉତ୍ତର ଦେଇନଥିଲେ। ସେ ପ୍ରଥମେ ପୁଲିସ୍ ଏବଂ ପରବର୍ତ୍ତୀ ସମୟରେ ଭିମ୍‌ସାର୍ ସୁରକ୍ଷା ସଂସ୍ଥାର ଜଣେ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ। ସୂଚନା ପାଇ ପୁଲିସ୍ ଓ ସୁରକ୍ଷା ସଂସ୍ଥାର କିଛି କର୍ମଚାରୀ କେନାଲ ଛକକୁ ପହଞ୍ଚି ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ପୁଣି ଭିମ୍‌ସାର୍‌ରେ ଛାଡ଼ି ଥିଲେ। ଉକ୍ତ ରୋଗୀ ଜଣକ ଉଲଗ୍ନ ଅବସ୍ଥାରେ କେଥେଟର୍ ଲାଗି ଡାକ୍ତରଖାନାରୁ ବାହାରକୁ ବାହାରିଲେ କେମିତି ? ରୋଗୀ ଜଣକ ଡାକ୍ତରଖାନା ପରିସରରୁ ବାହାରକୁ ବାହାରିଲା ବେଳେ କାର୍ଯ୍ୟରତ କର୍ମଚାରୀ ଅର୍ଥାତ୍ ନର୍ସ, ଆଟେଡେଣ୍ଟ ଅଥବା କୌଣସି ଡାକ୍ତରଙ୍କ ନଜରକୁ କେମିତି ଆସିଲେନି ? ଭିମସାର୍‌ରେ ମାଳ ମାଳ ସୁରକ୍ଷା କର୍ମୀଙ୍କ ଉପସ୍ଥିତିରେ ଉକ୍ତ ରୋଗୀ ଜଣକ ଡାକ୍ତରଖାନା ପରିସରରୁ କିପରି ବାହାରକୁ ବାହାରିଲା ତାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ, ଏଥିପ୍ରତି କର୍ତ୍ତୃପକ୍ଷ ଧ୍ୟାନ ଦେବା ପାଇଁ ସଚେତନ ମହଲରେ ଦାବି ଜୋର୍‌ ଧରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe