ଘରୋଇ ହସ୍ପିଟାଲରେ ରୋଗୀ କଲବଲ, ଅସ୍ତ୍ରୋପଚାର କରି ଛାଡ଼ିଦେଲେ

ଘରୋଇ ହସ୍ପିଟାଲରେ ରୋଗୀ କଲବଲ, ଅସ୍ତ୍ରୋପଚାର କରି ଛାଡ଼ିଦେଲେ

The Asia Law Network Blog

ଯାଜପୁରସଦର: ଯାଜପୁର ସହରରେ ଥିବା କଲ୍ୟାଣୀ ହସ୍ପିଟାଲ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ। ହସ୍ପିଟାଲ କର୍ତ୍ତୃପକ୍ଷ ​ଜଣେ ମହିଳା ରୋଗୀଙ୍କ ଅସ୍ତ୍ରୋପଚାର କରିବା ପରେ ଅସହାୟ ଅବସ୍ଥାରେ ତଡ଼ି ଦେଇଛନ୍ତି। ଗୁରୁତର ଅବସ୍ଥାରେ ଏହି ମହିଳାଙ୍କୁ ଜଣେ ଅଟୋ ଚାଳକ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ଏହି ମହିଳାଜଣକ ହେଲେ ଦଶରଥପୁର ବ୍ଲକ ନାରୀଗାଁ ଜାଫରପୁର ଅଞ୍ଚଳର କିଶୋର ମଲ୍ଲିକଙ୍କ ପତ୍ନୀ ମାନସୀ ମହାନ୍ତି(୩୫)। ପୀତକୋଷରେ ପଥର ହୋଇଥିବାରୁ ସେ ଚିକିତ୍ସା ପାଇଁ ଯାଜପୁର ଆସିଥିଲେ।

ଦଲାଲ ତାଙ୍କୁ ନେଇ ଘରୋଇ ଚିକିତ୍ସାଳୟରେ ପହଞ୍ଚାଇ ଦେଇଥିଲା। ପ୍ରାଥିମକ ପର୍ଯ୍ୟାୟରେ ତାଙ୍କୁ ରକ୍ତ ପରୀକ୍ଷା ପାଇଁ ୨୫ଶହ ଟଙ୍କା ଦାବି କରାଯାଇଥିଲା। ମୂଲ୍‌ଚାଲ ଭିତରେ ୧୬୦୦ ଟଙ୍କାରେ ପରୀକ୍ଷା କରି ଅସ୍ତ୍ରୋପଚାର ପାଇଁ ୨୦ ହଜାର ଦାବି କରାଯାଇଥିଲା। ଅବସ୍ଥା ଗୁରୁତର ଥିବା ସତ୍ତ୍ବେ ଡାକ୍ତର ଅପରେସନ୍ କରି ଚାଲିଯାଇଥିଲେ। ଆଉ ଡାକ୍ତର ନଆସିବାରୁ ମାନସୀଙ୍କ ଅବସ୍ଥା ଅଧିକ ଖରାପ ହୋଇଥିଲା। ଏହା ଦେଖି ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କୁ କଟକ ଯିବାକୁ କହି ଚିକିତ୍ସାଳୟରୁ ବିଦା କରିଦେଇଥିଲେ।

ଅର୍ଥାଭାବ ହେତୁ ସେ କଟକ ଯାଇନପାରି ନିଜ ଘରକୁ ଫେରି ଯାଉଥି‌‌ଲେ। ଅଟୋ ଚାଳକ ଏହା ଜାଣିବା ପରେ ଗଣମାଧ୍ୟମକୁ ସୂଚନା ଦେବା ସହ ସରକାରୀ ଡାକ୍ତରଖାନାରେ ପହଞ୍ଚାଇଥିଲେ। ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶିବାଶିଷ ମହାରଣା ଏ ବିଷୟରେ ଅବଗତ ହେବା ପରେ ମହିଳାଙ୍କ ଉତ୍ତମ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଏ ସଂପର୍କରେ କଲ୍ୟାଣୀ ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି, ରୋଗୀକୁ ନିୟମାନୁଯାୟୀ ସେବା ଯୋଗାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe