କର୍ମୀଙ୍କ ମନରେ ଜୋସ୍‌ ଭରିଲେ ପିସିସି ସଭାପତି

Advertisment
କର୍ମୀଙ୍କ ମନରେ ଜୋସ୍‌ ଭରିଲେ ପିସିସି ସଭାପତି

ଭଦ୍ରକ: ଓଡ଼ିଶାରେ ଯାହା କିଛି ବିକାଶ ହୋଇଥିଲା, କଂଗ୍ରେସ ସରକାର ସମୟରେ ହିଁ ହୋଇଥିଲା। କେନ୍ଦ୍ରର ବିଜେପି ସରକାର ଓଡ଼ିଶାକୁ ଅବହେଳା କରୁଥିବା ବେଳେ ରାଜ୍ୟର ବିଜେଡି ସରକାର ଓଡ଼ିଶାବାସୀଙ୍କୁ କ୍ରମାଗତ ପ୍ରତାରିତ କରି ଚାଲିଛନ୍ତି। ଏହାକୁ ରାଜ୍ୟବାସୀ ଆଉ ବରଦାସ୍ତ କରିବେନି। ଏଥର ଭାରତବର୍ଷରେ କଂଗ୍ରେସ ସରକାର ଗଠନ କରିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ଆଜି ଭଦ୍ରକ ଲୋକସଭାସ୍ତରୀୟ କଂଗ୍ରେସ କର୍ମୀ ସମ୍ମିଳନୀରେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ବଜାରରେ ଦରଦାମ ବୃଦ୍ଧି ବେଲଗାମ। ଶିକ୍ଷିତ ବେକାର ଯୁବକଯୁବତୀ ଘରେ ବସି ରହିଛନ୍ତି। ୩୦ ଲକ୍ଷ ସରକାରୀ ପଦ ଖାଲି ପଡିଥିବା ବେଳେ ଏହିସବୁ ପଦରେ ନିଯୁକ୍ତି ଦିଆଯାଉନି। ଶିଳ୍ପ ନାହିଁ କି ନୂତନ କଳକାରଖାନା ପ୍ରତିଷ୍ଠା ଦିଗରେ ଉଦ୍ୟମ ନାହିଁ। ମହିଳା ନିର୍ଯାତନା ଦିନକୁ ଦିନ ବୃଦ୍ଧି ପାଉଛି। କୃଷକମାନଙ୍କ ଲାଗି ଏମ୍‌ଏସପି ବୃଦ୍ଧି କରାଯାଉନାହିଁ। ଜିଲ୍ଲାବାସୀ ଶାସକ ଦଳକୁ ବହୁମତ ଦେଉଥିବା ବେଳେ ଭଦ୍ରକ ଜିଲ୍ଲାକୁ ସବୁକ୍ଷେତ୍ରରେ ଅଣଦେଖା କରାଯାଇଛି। ଆଗାମୀ ନିର୍ବାଚନରେ ଏଇ ଦୁଇ ଦଳକୁ କଂଗ୍ରେସର ସଂଗ୍ରାମୀ କର୍ମୀମାନେ ଉଚିତ ଜବାବ ଦେବାକୁ ଶ୍ରୀ ପଟ୍ଟନାୟକ ଆହ୍ବାନ ଦେଇଥିଲେ। ଦଳୀୟ କର୍ମୀମାନେ ଏକାଠି ହୋଇ ଦଳ ପାଇଁ କାମ କରିବା ସହ ଲୋକସଭା ଓ ବିଧାନସଭା କ୍ଷେତ୍ରର ପ୍ରାର୍ଥୀମାନଙ୍କୁ ଜିତାଇବା ନିମ‌ନ୍ତେ ଅନୁରୋଧ କରିଥିଲେ ଭଦ୍ରକ ଲୋକସଭା କଂଗ୍ରେସ ପ୍ରାର୍ଥୀ ଅନନ୍ତ ପ୍ରସାଦ ସେଠୀ। ଆଗାମୀ ଦିନରେ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସ କ୍ଷମତାକୁ ଆସିବ।

ତୃଣମୂଳସ୍ତରର କଂଗ୍ରେସ କର୍ମୀମାନେ ବୁଥ୍ ଜଗିଲେ ଆମେ ବିଜୟୀ ହେବା ବୋଲି ଶ୍ରୀ ସେଠୀ କହିଥିଲେ। କର୍ମୀ ସମାବେଶରେ ସିମୁଳିଆ ବିଧାନସଭା କ୍ଷେତ୍ରର କଂଗ୍ରେସ ପ୍ରାର୍ଥୀ ହିମାଂଶୁ ବେହେରା, ଭଦ୍ରକ ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଦେବରୂପ ମହାନ୍ତି, ନାରୀନେତ୍ରୀ ମଧୁମିତା ସେଠୀ, ଖଇରା ବ୍ଲକ୍‌ କଂଗ୍ରେସ କମିଟି ସଭାପତି ଶରତ ଦାସ, ରାମଚନ୍ଦ୍ର ପାଣିଗ୍ରାହୀ, ଜିଲ୍ଲା କଂଗ୍ରେସର ମୁ୍ଖ୍ୟ ମୁଖପାତ୍ର ଶୁଭେନ୍ଦୁରାୟ ମହାପାତ୍ର, ଯୁବ କଂଗ୍ରେସ ନେତା ପ୍ରକାଶଜ୍ୟୋତି ମହାକୁଡ, ବଳରାମ ରାଉତଙ୍କ ସମେତ ବହୁସଂଖ୍ୟାରେ କର୍ମୀ ଯୋଗ ଦେଇଥିଲେ। ଆସନ୍ତା ୩୦ ତାରିଖରେ ରାହୁଲ ଗାନ୍ଧୀ ଭଦ୍ରକ ରାଣୀତାଲଠାରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏଥିରେ ବହୁ ସଂଖ୍ୟାରେ ଦଳୀୟ ନେତା ଓ କର୍ମୀ ସାମିଲ ହେବାକୁ ଆହ୍ବାନ ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe