ରାସ୍ତା ଦାବିରେ ​ଭୋଟ୍ ବର୍ଜନ କରିବେ ବଇଦପାଲିବାସୀ 

Advertisment
ଭୋଟରଙ୍କ ମନ ‘ପରିବର୍ତ୍ତନ’ ଚିନ୍ତା ଘାରିଲାଣି

The New Indian Express

ପଦ୍ମପୁର: ପଦ୍ମପୁର ବ୍ଲକ୍‌ କନସିଂହା ପଞ୍ଚାୟତର ବଇଦପାଲିକୁ ରାସ୍ତା ତିଆରି ନ ହେବାରୁ ଗ୍ରାମବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ଶିଶୁପାଳ ନେଟୀଙ୍କ ସଭାପତିତ୍ବରେ ଗ୍ରାମସଭା ଅନୁଷ୍ଠିତ ହୋଇଛି। ଯୋଗାଯୋଗର ସୁବିଧା ନ ଥିବା ଯୋଗୁଁ ଗଁାର ବିକାଶ ହୋଇପାରୁ ନାହିଁ ବୋଲି ସଭାରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଦୀର୍ଘ ଦିନର ଦାବି ପରେ କଲଭର୍ଟ ନିର୍ମାଣ କରାଯାଇଛି। କିନ୍ତୁ ତାକୁ ସଂଯୋଗ କରିବାକୁ ରାସ୍ତା କରାଯାଇ ନାହିଁ। ଫଳରେ ଗ୍ରାମବାସୀ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ରାସ୍ତା ତିଆରି ପୋଲଠାରୁ ଚାରି ଶହ ମିଟର  କଂକ୍ରିଟ ରାସ୍ତା ଓ ଗାର୍ଡ ୱାଲ ତିଆରି କରିବାକୁ ଦାବି କରାଯାଇଛି। ଆଗାମୀ ପଦ୍ମପୁର ଉପନିର୍ବାଚନ ପୂର୍ବରୁ ରାସ୍ତା କାମ ନ ହେଲେ ଉପନିର୍ବାଚନ ବର୍ଜନ କରିବାକୁ ସଭାରେ ଗ୍ରାମବାସୀ ନିଷ୍ପତ୍ତି ନେଇଛନ୍ତି। ଅନନ୍ତ ପଟେଲ, ଶତ୍ରୁଘ୍ନ ନେଟୀ, ଈଶ୍ୱର ନେଟୀ, ପଞ୍ଚାନନ ନେଟୀ ଓ ଗ୍ରାମର ସମସ୍ତ ଭଦ୍ରବ୍ୟକ୍ତି ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe