ଏପ୍ରିଲ ପହିଲାରେ ରାଜ୍ୟବାସୀ ହସ୍ତତନ୍ତ ଲୁଗା ପିନ୍ଧନ୍ତୁ: ସୌମ୍ୟ

Advertisment
ମୁଁ ଯଦି ବିଦେଶୀ, ବଦ୍ରି ବାବୁ ଡରୁଛନ୍ତି କଣ ପାଇଁ? ସୌମ୍ୟରଞ୍ଜନ ପଟ୍ଟନାୟକ

ଭୁବନେଶ୍ବର : ଆସନ୍ତା ଏପ୍ରିଲ ୧ ତାରିଖ ଓଡ଼ିଶା ଦିବସ ପାଳନ ଅବସରରେ ରାଜ୍ୟବାସୀ ହାତବୁଣା ଲୁଗା ପିନ୍ଧିବାକୁ ‘ସମ୍ବାଦ’ ସମ୍ପାଦକ, ‘ଆମ ଓଡ଼ିଶା’ ଅଧ୍ୟକ୍ଷ ଓ ‘ସମ୍ବାଦ ସାହିତ୍ୟଘର’ର ପ୍ରତିଷ୍ଠାତା ସଭାପତି ସୌମ୍ୟରଂଜନ ପଟ୍ଟନାୟକ ନିବେଦନ କରିଛନ୍ତି। ଏକ ବାର୍ତ୍ତାରେ ସେ କହିଛନ୍ତି, ସମ୍ବାଦ ସାହିତ୍ୟଘରର ୩୬୫ଟି ଶାଖା ଆଗାମୀ ଓଡ଼ିଶା ଦିବସରେ ଆମ ଓଡ଼ିଶାର ହାତବୁଣା ପୋଷାକ/ଲୁଗା ପିନ୍ଧୁଛନ୍ତି। ଆମ ହସ୍ତତନ୍ତର ଉତ୍କର୍ଷକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚେଇବା ଓ ସଭିଙ୍କୁ ପିନ୍ଧିବାକୁ ଉତ୍ସାହିତ କରିବା ଆମର ଲକ୍ଷ୍ୟ। ‘ସମ୍ବାଦ’ର ସଂସ୍କରଣ ସ୍ତରରେ ସମସ୍ତେ ହାତବୁଣା ଯେକୌଣସି ପୋଷାକ, କୁର୍ତ୍ତା, ଶାଢ଼ି, ଉତ୍ତରୀ ପ୍ରଭୃତି କିଛି ପରିଧାନ କରି ରାଜ୍ୟବାସୀଙ୍କ ମନୋବଳ ବଢ଼େଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe