୫ ଫୁଟର ବଉଳା କୁମ୍ଭୀରକୁ ଗାଁ ଦାଣ୍ଡରେ ବାନ୍ଧି ରଖିଲେ ଲୋକ

ଗାଁ ଦାଣ୍ତରେ ବଉଳା କୁମ୍ଭୀର ୩ ଘଣ୍ଟା ବନ୍ଧା ହୋଇ ରହିଲା। ଲୋକେ ପୋଖରୀରୁ କୁମ୍ଭୀରକୁ ଧରି ତାକୁ ବାନ୍ଧି ରଖିଲେ। ଶେଷରେ ସରପଞ୍ଚଙ୍କ ମଧ୍ୟସ୍ଥିରେ କୁମ୍ଭୀରକୁ ବନବିଭାଗ ନିଜ ହେପାଜତକୁ ନେଲା।

dgjgdjgj

ରାଜନଗର: ଗାଁ ଦାଣ୍ତରେ ବଉଳା କୁମ୍ଭୀର ୩ ଘଣ୍ଟା ବନ୍ଧା ହୋଇ ରହିଲା। ଲୋକେ ପୋଖରୀରୁ କୁମ୍ଭୀରକୁ ଧରି ତାକୁ ବାନ୍ଧି ରଖିଲେ। ଶେଷରେ ସରପଞ୍ଚଙ୍କ ମଧ୍ୟସ୍ଥିରେ କୁମ୍ଭୀରକୁ ବନବିଭାଗ ନିଜ ହେପାଜତକୁ ନେଲା। ଆଜି ଏଭଳି ଏକ ଘଟଣା ଘଟିଛି ରାଜନଗର ବ୍ଲକ ବ୍ରାହ୍ମଣସାହି ପଞ୍ଚାୟତର ଗଜରାଜପୁର ଗାଁରେ। ଗାଁର ପ୍ରଦୀପ ବରାଳଙ୍କ ପୋଖରୀରେ ଏକ କୁମ୍ଭୀର ଭାସୁଥିବା ଦେଖିବାକୁ ମିଳିଥିଲା। ପ୍ରଦୀପଙ୍କ ସ୍ତ୍ରୀ ପୋଖରୀକୁ ବାସନ ମାଜିବାକୁ ଯାଇଥିବା ବେଳେ କୁମ୍ଭୀରକୁ ଦେଖି ଚିତ୍କାର କରିଥିଲେ। ପରିବାର ଲୋକେ ସେଠାରେ ପହଞ୍ଚି କୁମ୍ଭୀର ଭାସୁଥିବାର ଦେଖି ବନବିଭାଗକୁ ଖବର ଦେଇଥିଲେ। ବନବିଭାଗର କର୍ମଚାରୀ ସେଠାରେ ପହଞ୍ଚି ପୋଖରୀରେ ପାଣି ଅଛି, ଦଳ ଅଛି, କିପରି କୁମ୍ଭୀର ଧରିବୁ କହି ସେଠାରୁ ଚାଲି ଯାଇଥିଲେ।  

ମାସକ ତଳେ ପ୍ରଦୀପଙ୍କର ଅନ୍ୟ ଏକ ପୋଖରୀରେ କୁମ୍ଭୀର ଭାସୁଥିବା ଦେଖାଯାଇଥିଲା। ସେତେବେଳେ ମଧ୍ୟ ସମାନ ଅବସ୍ଥା ହୋଇଥିଲା। ବନବିଭାଗ ଟିମ୍ ପହଞ୍ଚି ଦଳ ସଫା ହେବା ପରେ କୁମ୍ଭୀର ଧରା ହେବ କହି ଚାଲି ଯାଇଥିଲେ। ଆଜି ପୋଖରୀ ମାଲିକ ପ୍ରଦୀପ ଗାଁର କିଛି ଲୋକଙ୍କ ସହାୟତାରେ ଜାଲ ଆଣି ପୋଖରୀରୁ କୁମ୍ଭୀରଟିକୁ କାବୁ କରିଥିଲେ। ପରେ ତାକୁ ଦଉଡିରେ ଏକ ଗଛରେ ବାନ୍ଧି ଦେଇଥିଲେ। ବନବିଭାଗ ଟିମ୍ କୁମ୍ଭୀର ଧରାହେବା ଜାଣି ସେଠାରେ ପହଞ୍ଚି ଥିଲେ ବି ଗାଁ ଲୋକେ କୁମ୍ଭୀରକୁ ବନବିଭାଗକୁ ହସ୍ତାନ୍ତର କରି ନଥିଲେ। ଦୀର୍ଘ ୩ ଘଣ୍ଟା ଧରି ୫ ଫୁଟ ଲମ୍ବର ବଉଳା କୁମ୍ଭୀର ଗାଁ ଦାଣ୍ତରେ ବନ୍ଧା ହୋଇ ରହିଥିଲା। ବାଧ୍ୟ ହୋଇ ଫରେଷ୍ଟର ବିଜୟ କୁମାର ପାତ୍ରଙ୍କ ସମେତ ବନବିଭାଗ ଟିମ୍ ସରପଞ୍ଚଙ୍କ ସହଯୋଗ ଲୋଡ଼ିଥିଲେ। ବ୍ରାହ୍ମଣସାହି ପଞ୍ଚାୟତର ସରପଞ୍ଚଙ୍କ ସ୍ବାମୀ ପ୍ରମୋଦ କୁମାର ପ୍ରଧାନ ଗାଁ ଲୋକଙ୍କୁ ବୁଝାସୁଝା କରିବା ପରେ ଲୋକେ କୁମ୍ଭୀରକୁ ବନବିଭାଗକୁ ହସ୍ତାନ୍ତର କରିଥିଲେ। ‌ଉଲ୍ଲେଖଯୋଗ୍ୟ, ଗାଁ ଠାରୁ ୧ କିମି ଦୂରରେ ଥିବା ବ୍ରାହ୍ମଣୀ ନଦୀରୁ କୁମ୍ଭୀରଟି କେନାଲ ପଟେ ଆସି ପ୍ରଦୀପଙ୍କ ପୋଖରୀରେ ଦୀର୍ଘ ୧ ମାସ ହେବ ରହିଥିଲା। ୧ ମାସ ଭିତରେ ପ୍ରଦୀପ ଓ ଗ୍ରାମବାସୀ କୁମ୍ଭୀରକୁ ଦେଖି ବାରମ୍ବାର ଖବର ଦେଇଥିଲେ ମଧ୍ୟ ବନବିଭାଗ ଟିମ୍ କୁମ୍ଭୀରକୁ ଧରି ନଥିଲେ। ଏହାକୁ ନେଇ  ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe