ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରୁ ଖସିଲା ପ୍ଲାଷ୍ଟର୍‌, ୨ ମାସରେ ୩ ଥର ଖସିଲାଣି ପ୍ଲାଷ୍ଟର୍‌

ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରୁ ଖସିଲା ପ୍ଲାଷ୍ଟର୍‌, ୨ ମାସରେ ୩ ଥର ଖସିଲାଣି ପ୍ଲାଷ୍ଟର୍‌

ସାକ୍ଷୀଗୋପାଳ : ୫-ଟିରେ ରୂପାନ୍ତରିତ ବିଦ୍ୟାଳୟଗୁଡ଼ିକର ଦୁର୍ଦ୍ଦଶା ପିଛା ଛାଡ଼ୁନି। ଗତକାଲି ଅସ୍ତରଙ୍ଗ ତାଳଦାରେ ରୂପାନ୍ତରିତ ବିଦ୍ୟାଳୟ ଛାତରୁ ପ୍ଲାଷ୍ଟର୍‌ ଖସିବା ଘଟଣାକୁ ନେଇ ତନାଘନା ଚାଲିଥିବାବେଳେ ଆଜି ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ଏଭଳି ଘଟଣାର ପୁନରାବୃତ୍ତି ହୋଇଛି। ତେବେ ଏହି ବିଦ୍ୟାଳୟରୁ ଗତ ୨ ମାସ ମଧ୍ୟରେ ତିନି ଥର ଏଭଳି ପ୍ଲାଷ୍ଟର୍‌ ଖସିଲାଣି। ଶିକ୍ଷକ ଶିକ୍ଷୟିତ୍ରୀମାନେ ଆଜି କମନ୍‌ରୁମ୍‌ରେ ଥିବାବେଳେ ଛାତରେ ପୂର୍ବରୁ ଫାଟି ରହିଥିବା ଏକ ପ୍ଲାଷ୍ଟର୍‌ ଖଣ୍ଡ ଖସିଥିଲା। ସୌଭାଗ୍ୟକୁ ଉପସ୍ଥିତ ଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର କିଛି କ୍ଷତି ହୋଇ ନାହିଁ।

ତେବେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ମନୋରଞ୍ଜନ ପଟ୍ଟନାୟକ କହିଛନ୍ତି ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ସହ କର୍ମଚାରୀମାନେ ପ୍ଲାଷ୍ଟର୍‌ ଖସିବା ଘଟଣାରେ ଭୟଭୀତ ଅଛନ୍ତି। ଖାଲି ସେତିକି ନୁହେଁ, ଆଜି ବିଦ୍ୟାଳୟ କାର୍ଯ୍ୟାଳୟ ଭିତରେ ବିଷଧର ସାପ ମଧ୍ୟ ଦେଖିବାକୁ ମିଳିଥିଲା। ଦୀର୍ଘ ସମୟ ଉଦ୍ୟମ ପରେ ମଧ୍ୟ ସାପଟିକୁ ଉଦ୍ଧାର କରାଯାଇ ପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe