ପୁଣି ଗଞ୍ଜେଇ ଗଛ ନଷ୍ଟକଲା ପୁଲିସ

Advertisment
ପୁଣି ଗଞ୍ଜେଇ ଗଛ ନଷ୍ଟକଲା ପୁଲିସ

କଣ୍ଟାମାଳ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ବରଗାଁ ପଞ୍ଚାୟତ ମାତାକୁପା  ସଂରକ୍ଷିତ ଜଙ୍ଗଲର ବୁଢ଼ାଖୋଲ ଜଙ୍ଗଲର ୨୫ ଏକର ଜମିରୁ ୩୭ ହଜାର ୫ଶହ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। କଣ୍ଟାମାଳ ଥାନାଧିକାରୀ ନଳିନୀକାନ୍ତ ଦାସଙ୍କ ନେତୃତ୍ୱରେ ଗୁରୁବାର କଣ୍ଟାମାଳ ଥାନା କର୍ମଚାରୀ ଚଢ଼ଉ କରିଥିଲେ। ଉକ୍ତ ଅଞ୍ଚଳରେ ବେଆଇନ ଭାବେ ଚାଷ କରାଯାଇଥିବା ୩୭ ହଜାର ୫ଶହ ଗଞ୍ଜେଇ ଗଛକୁ କାଟି ପୋଡ଼ି ନଷ୍ଟ କରିଥିଲେ।

ସେହିପରି ମନମୁଣ୍ଡା ପୁଲିସ ଶଗଡ଼ା ଫାଣ୍ଡି ଅନ୍ତର୍ଗତ ମାଳତୀ ଗୋଛାପଡ଼ା ନିକଟ ଜଙ୍ଗଲରେ ଚଢ଼ଉ କରି ୪୩ ଏକର ଜମିରୁ ବ୍ୟାପକ ଗଞ୍ଜେଇ ଚାଷ ନଷ୍ଟ କରିଥିବା ମନମୁଣ୍ଡା ଥାନା ଆଇଆଇସି ଅଶ୍ବିନୀ ଭିତିରିଆ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe