ଚଉଁରିଆପଦରରେ ଶୃଙ୍ଖଳାର ସହ ସରିଲା ସାନି ମତଦାନ

Advertisment

The polls ended in in Chounriapadar

The polls ended in in Chounriapadar

ପଦ୍ମପୁର ଉପନିର୍ବାଚନ, ପ୍ରାର୍ଥୀଙ୍କୁ ମିଳିଲା ଦଳୀୟ ଚିହ୍ନ          

Sambad

କଣ୍ଟାମାଳ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ରକ୍ସା ପଞ୍ଚାୟତ ଅନ୍ତର୍ଗତ ୧ ନମ୍ବର ୱାର୍ଡ ଚଉଁରିଆପଦରରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହୋଇଥିଲା। ହେଲେ ଉକ୍ତ ବୁଥରେ ଅବାଧ, ନିରପେକ୍ଷ  ଓ ମୁକ୍ତ ନିର୍ବାଚନ ହୋଇ ନ ଥିବା ନେଇ ଅଭିଯୋଗ ହୋଇଥିଲା। ପ୍ରିଜାଇଡିଂ ଅଫିସରଙ୍କ ଅଭିଯୋଗକୁ ଆଧାର କରି ରାଜ୍ୟ ନିର୍ବାଚନ କମିସନର ସାନି ମତଦାନ ହେବାକୁ ବିଜ୍ଞପ୍ତି ପ୍ରକାଶ କରିଥିଲେ।

ବୁଧବାର ଉକ୍ତ ଚଉଁରିଆପଦର ବୁଥ୍‌ରେ ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ ଚାଲିଥିଲା। ଉକ୍ତ ବୁଥ୍‌ରେ ଭୋଟର ସଂଖ୍ୟା ୨୫୪ ଥିବା ବେଳେ ୨୧୯ ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିଥିଲେ। ସାନି ମତଦାନ ହେଉଥିବାରୁ ଆଜି ଉକ୍ତ ବୁଥରେ ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ  ଅଶ୍ବିନୀ ମେହେର, ବୌଦ୍ଧ ତହସିଲଦାର ଅବିନାଶ ପାଣ୍ଡିଆ, ଏସ୍‌ଡିପିଓ  ଆନନ୍ଦ ବର୍ଦ୍ଧନ ଗୁରୁ, ଡିଏସ୍‌ପି  ତପସ୍ବିନୀ କହଁର, ମନମୁଣ୍ଡା ଥାନା ଅଧିକାରୀ ଗୋପୀନାଥ ପ୍ରଧାନଙ୍କ ସହ ବ୍ୟାପକ ସଶସ୍ତ୍ର ପୁଲିସ ଫୋର୍ସ ମୁତୟନ ଥିଲେ।

ଲୋକେ ଭୋଟ ଦେବା ପାଇଁ ଖରାରେ ଲମ୍ବା ଲାଇନ୍‌ରେ ଭୋଟ ଗ୍ରହଣ କେନ୍ଦ୍ରରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା। ମୋଟାମୋଟି କହିବାକୁ ଗଲେ  ପୂର୍ବ ଅପେକ୍ଷା ଏଥର ଅଧିକ ସଂଖ୍ୟକ ଭୋଟର ମତଦାନ କରିବା ସହ ଶାନ୍ତି ଶୃଙ୍ଖଳା ବଜାୟ ରହି ସାନି ମତଦାନ ସମ୍ପନ୍ନ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe