ଅତାବିରା ଏନ୍‌ଏସି ଅଧ୍ୟକ୍ଷ ପଦ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ  

Advertisment
ଅତାବିରା ଏନ୍‌ଏସି ଅଧ୍ୟକ୍ଷ ପଦ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ  

Twitter

ଅତାବିରା: ଅତାବିରା ଏନ୍ଏସି ଅଧ୍ୟକ୍ଷ ନିର୍ବାଚନ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ଅଧ୍ୟକ୍ଷ ପଦ ପାଇଁ ଅନୁସୂଚିତ ଜନଜାତି ବର୍ଗ ଲାଗି ସଂରକ୍ଷଣ କରାଯାଇଥିବା ରାଜ୍ୟ ନଗର ଉନ୍ନୟନ ବିଭାଗଙ୍କ ପତ୍ର ସଂଖ୍ୟା-୧୯୦୦୦, ତା.୧୫.୧୧.୨୦୨୨ରେ ପ୍ରକାଶ ପାଇଛି। ଆସନ୍ତା ୧୫ ଦିନ ମଧ୍ୟରେ କାହାରି ଆପତ୍ତି ଓ ମତାମତ ଥିଲେ ଦାଖଲ କରିବାକୁ ଆହ୍ବାନ କରାଯାଇଛି। ଏହା ପୂର୍ବରୁ ଗତ ଅକ୍ଟୋବର ୧୮ ତାରିଖରେ ସମସ୍ତ ୧୨ଟି ୱାର୍ଡର ସଂରକ୍ଷଣ ତାଲିକା ପ୍ରକାଶ ପାଇଥିଲା।

ଆସନ୍ତା ଏପ୍ରିଲରେ ଏନ୍ଏସିର କାର୍ଯ୍ୟକାଳ ପୂରଣ ହେଉଛି। ଅତାବିରା ଓ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବିଜ୍ଞାପିତ ଅଂଚଳ ପରିଷଦର କାର୍ଯ୍ୟକାଳ ଏକା ସଂଗରେ ସମାପ୍ତ ହେବାକୁ ଥିବାବେଳେ ଦୁଇ ଏନ୍ଏସିର ଅଧ୍ୟକ୍ଷ ପଦ ଅନୁସୁଚିତ ଜନଜାତି ବର୍ଗ ପାଇଁ ସଂରକ୍ଷିତ ହୋଇଥିବା ପ୍ରକାଶ ପାଇଛି। ପ୍ରକାଶ ଯେ, ୨୦୧୩ରେ ଗଠିତ ଅତାବିରା ଏନ୍ଏସିର ବିଗତ ଦୁଇଟି ଯାକ ପରିଷଦର ଅଧ୍ୟକ୍ଷ ପଦ ଅନୁସୂଚିତ ଜାତି ମହିଳା ବର୍ଗ ପାଇଁ ସଂରକ୍ଷିତ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe