୮ ମାସ ହେଲା ଖାଲି ପଡ଼ିଛି ଏସ୍‌ସିବି ଅଧୀକ୍ଷକ ପଦ: ଏବେ ପାଥୋ‌ଲୋଜି ଓ କମ୍ୟୁନିଟି ମେଡିସିନ୍‌ ବିଭାଗ ପ୍ରଫେସରଶୂନ୍ୟ

Advertisment

ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ୮ମାସରୁ ଅଧିକ ହେଲା ଅଧୀକ୍ଷକ ପଦ ଖାଲି ପଡ଼ିଛି। ଏପଟେ ସୁନ୍ଦରଗଡ଼ ଓ ଭବାନୀପାଟଣା ମେଡିକାଲ କଲେଜର ଅଧ୍ୟକ୍ଷ ଓ ଅଧୀକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଏସ୍‌ସିବି ପାଥୋଲୋଜି ବିଭାଗ ଓ କମ୍ୟୁନିଟି ମେଡିସିନ୍‌ ବିଭାଗ ପ୍ରଫେସର ଶୂନ୍ୟ ହୋଇଯାଇଛି।

ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ୮ମାସରୁ ଅଧିକ ହେଲା ଅଧୀକ୍ଷକ ପଦ ଖାଲି ପଡ଼ିଛି। ଏପଟେ ସୁନ୍ଦରଗଡ଼ ଓ ଭବାନୀପାଟଣା ମେଡିକାଲ କଲେଜର ଅଧ୍ୟକ୍ଷ ଓ ଅଧୀକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଏସ୍‌ସିବି ପାଥୋଲୋଜି ବିଭାଗ ଓ କମ୍ୟୁନିଟି ମେଡିସିନ୍‌ ବିଭାଗ ପ୍ରଫେସର ଶୂନ୍ୟ ହୋଇଯାଇଛି।

3 children serious thimet

Woman inmate runs away from SCB Medical Center after kicking jail guard

କଟକ: ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ୮ମାସରୁ ଅଧିକ ହେଲା ଅଧୀକ୍ଷକ ପଦ ଖାଲି ପଡ଼ିଛି। ଏପଟେ ସୁନ୍ଦରଗଡ଼ ଓ ଭବାନୀପାଟଣା ମେଡିକାଲ କଲେଜର ଅଧ୍ୟକ୍ଷ ଓ ଅଧୀକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଏସ୍‌ସିବି ପାଥୋଲୋଜି ବିଭାଗ ଓ କମ୍ୟୁନିଟି ମେଡିସିନ୍‌ ବିଭାଗ ପ୍ରଫେସର ଶୂନ୍ୟ ହୋଇଯାଇଛି। 
ସ୍ବାସ୍ଥ୍ୟ ବିଭାଗର ବିଜ୍ଞପ୍ତି ଅନୁସାରେ, ଏସ୍‌ସିବି କମ୍ୟୁନିଟି ମେଡିସିନ୍‌ ବିଭାଗର ପ୍ରଫେସର ତଥା ଅତିରିକ୍ତ ଅଧ୍ୟକ୍ଷ ଡାକ୍ତର କ୍ରିଷ୍ଣା କରଙ୍କୁ ସହିଦ ରେଣ୍ଡୋ ମାଝି ମେଡିକାଲ କଲେଜର ଡିନ୍‌ ତଥା ଅଧ୍ୟକ୍ଷ, ଏସ୍‌ସିବି ପାଥୋଲୋଜି ବିଭାଗ ପ୍ରଫେସର ଡାକ୍ତର ଲିଟି ମହାନ୍ତିଙ୍କୁ ସହିଦ ରେଣ୍ଡୋ ମାଝି ମେଡିକାଲ କଲେଜର ଅଧୀକ୍ଷକ ଏବଂ ଏସ୍‌ସିବି ଉତ୍କୃଷ୍ଟ ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ସାରଦା ପ୍ରସନ୍ନ ସ୍ବାଇଁଙ୍କୁ ସରକାରୀ ମେଡିକାଲ କଲେଜ ସୁନ୍ଦରଗଡ଼ର ଅଧୀକ୍ଷକ ଭାବେ ବଦଳି କରାଯାଇଛି।

ସେହିପରି ପୁରୀ ଏମ୍‌ସିଏଚ୍‌ର ପ୍ରଫେସର ଡାକ୍ତର ଶୁଭ୍ରା ଘୋଷଙ୍କୁ ସୁନ୍ଦରଗଡ଼ ମେଡିକାଲ କଲେଜର ଡିନ୍‌ ତଥା ଅଧ୍ୟକ୍ଷ ଭ‌ାବେ ବଦଳି କରାଯାଇଛି। କିନ୍ତୁ ମାସ ମାସ ଧରି ଖାଲି ପଡ଼ିଥିବା ରାଜ୍ୟର ୯ଟି ମେଡିକାଲ କଲେଜରେ ଅଧ୍ୟକ୍ଷ ଓ ଅଧୀକ୍ଷକ ପଦ ପୂରଣ ପାଇଁ ସରକାର କୌଣସି ବିଜ୍ଞପ୍ତି ପ୍ରକାଶ କରିନାହାନ୍ତି। ଏସ୍‌ସିବିର ଅଧୀକ୍ଷକ ପଦ, ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜରେ ‌ପାଖାପାଖି ଦେଢ଼ବର୍ଷରୁ ଅଧିକ ହେବ ଡିନ୍‌ ତଥା ଅଧ୍ୟକ୍ଷ ପଦ, ଭିମ୍‌ସାରର ନିର୍ଦ୍ଦେଶକ ପଦ, ଭିମ୍‌ସାରର ଡିନ୍‌ ତଥା ଅଧ୍ୟକ୍ଷ, ଅଧୀକ୍ଷକ ପଦ, କୋରାପୁଟ ମେଡିକାଲ କଲେଜର ଡିନ୍‌ ତଥା ଅଧ୍ୟକ୍ଷ, ସରକାରୀ ମେଡିକାଲ କଲେଜ ଫୁଲବାଣୀର ଡିନ୍‌ ତଥା ଅଧ୍ୟକ୍ଷ ପଦ ଖାଲି ପଡ଼ିଛି। ଏ ସଂପର୍କରେ କିଛି ଦିନ ତଳେ ଓଡ଼ିଶା ମେଡିକାଲ ଟିଚର୍‌ ଆସୋସିଏସନ୍‌ (ଓମ୍‌ଟା)ର ପ୍ରତିନିଧି ଦଳ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ସ୍ମାରପତ୍ର ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe