ପ୍ରଧା‌ନମନ୍ତ୍ରୀଙ୍କୁ ଅନ୍ଧାରରେ ରଖାଯାଇଛି: ବିଜୟ

Advertisment
ଓଡ଼ିଶାର ଲୋକ ଚାହୁଁଥିବାରୁ ରତ୍ନଭଣ୍ଡାର ଖୋଲାଯାଉ: ବିଜୟ ମହାପାତ୍ର

ଭୁବନେଶ୍ବର : ବାହାନଗା ରେଳ ଦୁର୍ଘଟଣା ନେଇ ଆଜି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଉପରେ ବର୍ଷିଛନ୍ତି। ମୃତକ ଓ ଆହତଙ୍କ ଉଦ୍ଧାର କାର୍ଯ୍ୟ ସରିନଥିବା ବେଳେ ରେଳ ମନ୍ତ୍ରୀ ଯେପରି ତରବର ଭାବେ ଉଦ୍ଧାର କାର୍ଯ୍ୟ ଶେଷ ହେଲା ବୋଲି କହିଲେ ତାହାକୁ ଶ୍ରୀ ମହାପାତ୍ର ନିନ୍ଦା କରିଛନ୍ତି। ଏହାସହ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁର୍ଘଟଣାସ୍ଥଳକୁ ଆସିଥିଲେ ହେଁ ତାଙ୍କୁ ଠିକ୍ ତଥ୍ୟ ଦିଆଯାଇନି। ପ୍ରଧାନମନ୍ତ୍ରୀଙ୍କୁ ରେଳ ମନ୍ତ୍ରଣାଳୟ ଅନ୍ଧାରରେ ରଖିଛି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ ପ୍ରଥମେ କୁହାଗଲା ଯେ ଉଚ୍ଚସ୍ତରୀୟ ତଦନ୍ତ ହେବ, ତା’ପରେ କୁହାଗଲା ରେଲୱେ ସେଫ୍‌ଟି କମିସନର ତଦନ୍ତ କରିବେ, ପରେ ରେଳ ମନ୍ତ୍ରୀ କହିଲେ ଯେ ଆମେ ଦୋଷୀକୁ ଧରି ସାରିଛୁ, କିନ୍ତୁ ସେହିଦନି ସଂଧ୍ୟାରେ ଭୁବନେଶ୍ବର ଆସି କହୁଛନ୍ତି ଯେ ଘଟଣାର ସିବିଆଇ ତଦନ୍ତ ହେବ। ମନ୍ତ୍ରୀଙ୍କର ଏହିଭଳି ବୟାନ ପୂରା ଘଟଣାଚକ୍ରକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି କରିଛି।

ଏହାସହ ଶ୍ରୀ ମହାପାତ୍ର ସିଗନାଲ୍ ସିଷ୍ଟମ ଉପରେ ପ୍ରଶ୍ନ ଉଠାଇଛନ୍ତି। ଇଲେକ୍ଟ୍ରୋନିକ୍ସ ସିଷ୍ଟମର ଟେଣ୍ଡର କିଏ ନେଇଥିଲା ? ବାର୍ଷିକ ମରାମତି କରାଯାଇଛି ତ? ସିବିଆଇ ସେହି କମ୍ପାନିକୁ ଧରିପାରିବ ତ? ମୋ ପାଖରେ ଯାହା ଖବର ଅଛି ତିନିଟି ବଡ଼ କମ୍ପାନି ଏହି ଲାଇନ୍‌ର ମରାମତି କାମ କରୁଛନ୍ତି। ‌େଟଣ୍ଡରଠାରୁ ଆରମ୍ଭ କରି ରକ୍ଷଣାବେକ୍ଷଣ ପର୍ଯ୍ୟନ୍ତ ସବୁଥିରେ ଦୁର୍ନୀତି ହୋଇଛି। ସିବିଆଇ ଯଦି ସତ ଘଟଣାକୁ ତଦନ୍ତ କରିବ ତେବେ ରେଳ ମନ୍ତ୍ରୀ ବି ତଦନ୍ତ ପରିସରକୁ ଆସିବେ।

ସେହିପରି ୪ମାସ ତଳେ ସମ୍ପର୍କକ୍ରାନ୍ତି ଏକ୍ସପ୍ରେସ୍‌ ଏହିଭଳି ସିଗନାଲ୍ ତ୍ରୁଟି ଯୋଗୁ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲା। ଏନେଇ ରେଲୱେ ବୋର୍ଡର ବୈଠକ ବସି ତନାଘନା ହୋଇଥିଲା। ସେଥିରେ ସିଗନାଲ୍ ସିଷ୍ଟମରେ ତ୍ରୁଟି କେଉଁଠି ରହୁଛି ସେନେଇ ଅଧିକାରୀମାନେ ଅବଗତ ହୋଇଥିଲେ। ହେଲେ ଏହି ବ୍ୟବସ୍ଥାକୁ କାହିଁକି ସଜଡ଼ାଗଲାନି। ରେଲୱେ ଅଧିକାରୀମାନଙ୍କ ଅବହେଳା ଯୋଗୁ ବାହାନଗାରେ ଏହିଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଲା। ସିଗନାଲ୍ ଟ୍ୟାମ୍ପରିଂ କଥା କୁହାଯାଉଛି। ରିଲେ ରୁମ୍ ଓ ଇ‌ଲେକ୍ଟ୍ରୋନିକ୍ସ ରୁମ୍‌ ଭିତରକୁ କେହି ଯାଆନ୍ତିନି। କେବଳ ରେଲୱେ ଅଧିକାରୀ ସେଠାକୁ ଯାଆନ୍ତି। ସେସବୁ ସ୍ଥାନ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଥାଏ। ରେଳ ମନ୍ତ୍ରୀ ବାରମ୍ବାର ମିଛ କଥା କହି ଲୋକଙ୍କୁ ଭୁତାଉଛନ୍ତି। ମନ୍ତ୍ରୀ ସିବିଆଇ ତଦନ୍ତ କଥା କହିଲେ। ଏବେ ସୁଦ୍ଧା ଦୁଇଟି ଏଫ୍‌ଆଇଆର୍ ହୋଇଛି। ସିବିଆଇ କେଉଁ ଅପରାଧିକ ଦିଗ ଉପରେ ତଦନ୍ତ କରିବ? ମନ୍ତ୍ରୀ ନିଜକୁ ଯେତେ ନିର୍ଦ୍ଦୋଷ ବୋଲି କହିବାକୁ ଚାହିଁଲେ ବି ସେ ନିର୍ଦ୍ଦୋଷ ନୁହେଁ। ଦୁର୍ଘଟଣା ଦିନ ଯେଉଁମାନେ ଦାୟିତ୍ବରେ ଥିଲେ ସେମାନଙ୍କୁ ଶତାଧିକ ଲୋକଙ୍କ ଆତ୍ମା ସବୁବେଳେ ଦଂଶନ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe