ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିବେ ଡ୍ରୋନ୍‌ ମହୋତ୍ସବ

ଆଜି ବାଣିଜ୍ୟ ଭବନ ଓ ନିର୍ୟାତ ପୋର୍ଟାଲର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

Image Courtesy of India Today

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଭାରତ ଡ୍ରୋନ୍ ମହୋତ୍ସବ-୨୦୨୨’ କୁ ୨୭ ମେ ପୂର୍ବାହ୍ନ ୧୦ଟାରେ ନୂଆଦିଲ୍ଲୀସ୍ଥିତ ପ୍ରଗତି ମଇଦାନରେ ଉଦ୍‌ଘାଟନ କରିବ‌େ। ଏହା ଭାରତର ସବୁଠୁ ବଡ଼ ଡ୍ରୋନ୍ ଉତ୍ସବ। ପ୍ରଧାନମନ୍ତ୍ରୀ ଏହି ଅବସରରେ କିଷାନ୍ ଡ୍ରୋନ୍ ପାଇଲଟମାନଙ୍କ ସହ ମଧ୍ୟ ଆଲୋଚନା କରିବେ। ସେ ଖୋଲା ଆକାଶରେ ଡ୍ରୋନ୍ ପ୍ରଦର୍ଶନ ଦେଖିବେ ଏବଂ ଡ୍ରୋନ୍ ପ୍ରଦର୍ଶନୀ କେନ୍ଦ୍ରରେ ଷ୍ଟାର୍ଟଅପ୍‌ମାନଙ୍କ ସହିତ ମଧ୍ୟ ଆଲୋଚନା କରିବେ।

ଏହି ମହୋତ୍ସବ ମେ ୨୭ ଓ ୨୮ ଦୁଇ ଦିନ ଧରି ଅନୁଷ୍ଠିତ ହେବ। ସରକାରୀ ଅଧିକାରୀ, ବିଦେଶୀ କୂଟନୀତିଜ୍ଞ, ସଶସ୍ତ୍ର ବାହିନୀ, କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ, ପିଏସ୍‍ୟୁ, ଘରୋଇ କମ୍ପାନି ଏବଂ ଡ୍ରୋନ୍ ଷ୍ଟାର୍ଟଅପ୍ ଇତ୍ୟାଦିର ୧୬୦୦ ରୁ ଅଧିକ ପ୍ରତିନିଧି ମହୋତ୍ସବରେ ଅଂଶଗ୍ରହଣ କରିବେ । ମହୋତ୍ସବରେ ଅନ୍ୟଗୁଡ଼ିକ ମଧ୍ୟରେ ଭର୍ଚୁଆଲ ବ୍ୟବସ୍ଥାରେ ଡ୍ରୋନ୍ ପାଇଲଟ୍ ସାର୍ଟିଫିକେଟ୍ ପ୍ରଦାନ, ନୂତନ ସାମଗ୍ରୀର ଶୁଭାରମ୍ଭ, ପ୍ୟାନେଲ୍ ଆଲୋଚନା, ଉଡ଼ାଣ ପ୍ରଦର୍ଶନ, ମେଡ୍ ଇନ୍ ଇଣ୍ଡିଆ ଡ୍ରୋନ୍ ଟ୍ୟାକ୍ସି ପ୍ରୋଟୋଟାଇପ୍ ଆଦି ଏଥିରେ ଦେଖିବାକୁ ମିଳିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe