ଓଡିଆ ଜାତିକୁ ପ୍ରଧାନମନ୍ତ୍ରୀଙ୍କ ସର୍ବଶ୍ରେଷ୍ଠ ପୁରସ୍କାର: ସମୀର ମହାନ୍ତି

ଭାରତୀୟ ଅର୍ଥ ବ୍ୟବସ୍ଥା ଭବିଷ୍ୟତ ଉଜ୍ଜ୍ୱଳ: ସମୀର ମହାନ୍ତି

Odisha Sun Times

ଭୁବନେଶ୍ୱର : ଦ୍ରୌପଦୀ ମୁର୍ମୁଙ୍କୁ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ପରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହାସହ କହିଛନ୍ତି ଯେ, ଓଡ଼ିଆ ଜାତିକୁ ପ୍ରଧାନମନ୍ତ୍ରୀଙ୍କର ଏହା ସର୍ବଶ୍ରେଷ୍ଠ ପୁରସ୍କାର।

ବୁଧବାର ଦିନ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ଜୀବନ ସଂଗ୍ରାମରେ ବହୁ ଝଡ଼ଝଞ୍ଜାକୁ ପ୍ରତିହିତ କରି ଶ୍ରୀମତୀ ମୁର୍ମୁ ଜୀବନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ନିଜ ନିଷ୍ଠା ଓ ଧୈର୍ଯ୍ୟ ବଳରେ କାଉନସିଲରରୁ ରାଜନୈତିକ ଜୀବନ ଆରମ୍ଭ କରି ରାଷ୍ଟ୍ରପତି ହେବାକୁ ଯାଉଥିବା ଦ୍ରୌପଦୀ ମୁର୍ମୁଙ୍କ ଜୀବନ ଏବଂ କାର୍ଯ୍ୟଶୈଳୀ ଆମ ସମସ୍ତଙ୍କୁ ପ୍ରଭାବିତ କରିଛି।

ଶ୍ରୀ ମହାନ୍ତି କହିଛନ୍ତି ଯେ ମୋଦୀ ଶାସନରେ ଓଡ଼ିଆଙ୍କୁ ସମ୍ମାନ ମିଳିଛି। ଗୋଟିଏ ସାଧାରଣ ପରିବାରରେ ଜନ୍ମିତ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ଜଣେ ମହିିଳାଙ୍କୁ ସର୍ବୋଚ୍ଚ ସାମ୍ବିଧାନିକ ପଦବି ପାଇଁ ମନୋନୀତ କରିଥିବାରୁ ପ୍ରଧାନମନ୍ତ୍ରୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କୁ ସମଗ୍ର ରାଜ୍ୟବାସୀଙ୍କ ତରଫରୁ ଆନ୍ତରିକ ଧନ୍ୟବାଦ।
ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟ ଉପ ସଭାନେତ୍ରୀ ଅନିତା ଶୁଭଦର୍ଶିନୀ, ରାଜ୍ୟ ସାଧାରଣ ସଂପାଦକ ରବି ନାଏକ, ଗୋଲକ ମହାପାତ୍ର ଓ ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ବିରଞ୍ଚି ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe