ଦୁଇଦିନ ସ୍କୁଲ ନଆସିବାରୁ ୮ ଛାତ୍ରଙ୍କୁ ବାହାର କରିଦେଲେ ଅଧ୍ୟକ୍ଷ

Advertisment
ଦୁଇଦିନ ସ୍କୁଲ ନଆସିବାରୁ ୮ ଛାତ୍ରଙ୍କୁ ବାହାର କରିଦେଲେ ଅଧ୍ୟକ୍ଷ

ତେଲକୋଇ: ୨ ଦିନ ସ୍କୁଲ ନ ଆସିବାରୁ ୮ଜଣ ଛାତ୍ରଙ୍କୁ ଶ୍ରେଣୀ ଗୃହରୁ ବାହାର କରି ଦେଇଛନ୍ତି ଅଧ୍ୟକ୍ଷ ରଘୁନାଥ ପରିଡ଼ା। ଦୀର୍ଘ ୩ ଘଣ୍ଟା ବାହାରେ ରହିବା ପରେ ଅଭିଭାବକଙ୍କୁ ଜଣାଇଥିଲେ ଛାତ୍ର। ପରେ ଅଭିଭାବକ ଅଧ୍ୟକ୍ଷଙ୍କୁ ଫୋନ କରିବାରୁ ଶ୍ରେଣୀକୁ ଫେରିଥିଲେ ଛାତ୍ର। ଆସନ୍ତାକାଲି ନିଜ ନିଜ ଅଭିଭାବକଙ୍କୁ ସାଙ୍ଗରେ ଆଣିବ ନଚେତ ଶ୍ରେଣୀ ଗୃହକୁ ପଶିବ ନାହିଁ, ବାହାରେ ରହିବ ବୋଲି ଚେତାବନୀ ଦେଇଛନ୍ତି। ଆଉ ମଧ୍ୟ ସେମାନଙ୍କ ପରୀକ୍ଷା ମୂଲ୍ୟାୟନ ବେଳେ ଇଣ୍ଟରନାଲ ନମ୍ବର କାଟି ଦେବାକୁ ଧମକ ଦେଇଛନ୍ତି କେମେଷ୍ଟ୍ରି ଶିକ୍ଷକ ଚିତ୍ତରଞ୍ଜନ ସାହୁ ବୋଲି ଛାତ୍ରମାନେ ଅଭିଯୋଗ କରିଛନ୍ତି। ଆଜି ଏଭଳି ଏକ ଘଟଣା କେନ୍ଦୁଝର ଜିଲ୍ଲା ତେଲକୋଇ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓରିଆ ଠାରେ ଘଟି ଯାଇଛି। ଆଜି ନିର୍ଦ୍ଧାରିତ ସମୟ ସକାଳ ୯ଟା ବେଳେ ଅନ୍ୟ ପିଲାଙ୍କ ଭଳି ୧୦ମ ଶ୍ରେଣୀ ଛାତ୍ର ସଂଗ୍ରାମ ବିଶ୍ବାଳ, ଉଦିତ କୁମାର ଓରାମ, ଶେଖର ନାୟକ, ଜଗନ ଫୁଦକାର, ଦିବ୍ୟରଞ୍ଜନ ଦାସ, ବିନ୍ଦୁ ସାଗର ମହାନ୍ତ, ସୌଭିକ କୁମାର ସାହୁ, ଡିଜେନ ଫୁଦକାର ସ୍କୁଲରେ ପହଞ୍ଚିଥିଲେ।

ସକାଳ ୯ଟା ୩୦ ରୁ ୧୦ ଟା ପର୍ଯ୍ୟନ୍ତ ଅତିରିକ୍ତ କ୍ଲାସ କରୁଥିଲେ। ଶ୍ରେଣୀ ଗୃହକୁ ଯାଇ ସଂପୃକ୍ତ ଛାତ୍ରମାନେ କାହିଁକି ଗତକାଲି ସ୍କୁଲ ଆସିଲ ନାହିଁ କହି ଶ୍ରେଣୀ ଗୃହରୁ ବାହାର କରିଦେଲେ। ସମାନ ପରିମାଣର ଦୋଷ କରିଥିବା ଅନ୍ୟ ପିଲାଙ୍କ ପକ୍ଷେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ତେଲକୋଇ ବ୍ଲକର ପିଟାନାଳୀ ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ବହୁ ବାଧାବିଘ୍ନ ସମ୍ମୁଖୀନ ହୋଇ ପିଲାମାନେ ପାଠ ପଢ଼ିବାକୁ ଯାଉଛନ୍ତି। ତାହା ଏକ ଅପନ୍ତରା ସ୍ଥାନ। ଏଠାରେ ଛାତ୍ରଙ୍କ ରହଣି ପାଇଁ କୌଣସି ସରକାରୀ କି ଘରୋଇ ବ୍ୟବସ୍ଥା ମଧ୍ୟ ନାହିଁ। ଗରିବ ବାପାମା ବହୁ କଷ୍ଟରେ ପିଲାଙ୍କୁ କେଉଁଠି ନିଜର ଚିହ୍ନାଜଣା ସମ୍ପର୍କୀୟଙ୍କ ଘରେ ରଖି ପାଠ ପଢ଼ାଉଛନ୍ତି। ଏବେ ଦଶମ ଶ୍ରେଣୀ ପରୀକ୍ଷା ଦେବାକୁ ପିଲାମାନେ ପ୍ରସ୍ତୁତ ହେଉଥିବା ବେଳେ ଶିକ୍ଷାନୁଷ୍ଠାନ ପକ୍ଷରୁ ଏଭଳି ଅପମାନସୂଚକ ଓ ମାନସିକ ଦଣ୍ଡାଦେଶ ଗ୍ରହଣ ଯୋଗ୍ୟ ନୁହେଁ ବୋଲି ଅଭିଭାବକ ମହଲରେ ମତପ୍ରକାଶ ପାଇଛି। ଏନେଇ ବିଭାଗୀୟ ଉଚ୍ଚ ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହୋଇଛି। ଅଧ୍ୟକ୍ଷ ରଘୁନାଥ ପରିଡ଼ାଙ୍କୁ ପଚାରିବାରୁ ସେ କହିଥିଲେ ଯେ ସଂପୃକ୍ତ ଛାତ୍ରମାନେ ନିୟମିତ ବିଦ୍ୟାଳୟକୁ ଆସୁନାହାନ୍ତି। ସେମାନଙ୍କୁ ଏଥିପାଇଁ ତାଗିଦ କରାଯିବା ସହିତ ଅଭିଭାବକମାନଙ୍କୁ ସାଙ୍ଗରେ ଧରି ଆସିବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe