ବଢ଼ିଲା ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳଙ୍କ ଅଡ଼ୁଆ, ସାଧାରଣ ପ୍ରଶାସନ ବିଭାଗକୁ କାର୍ଯ୍ୟାନୁଷ୍ଠାନ ସୁପାରିସ

Advertisment
ବଢ଼ିଲା ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳଙ୍କ ଅଡ଼ୁଆ, ସାଧାରଣ ପ୍ରଶାସନ ବିଭାଗକୁ କାର୍ଯ୍ୟାନୁଷ୍ଠାନ ସୁପାରିସ

ସୋନପୁର : ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ତଥା ପ୍ରାକ୍ତନ ଭାରପ୍ରାପ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶଙ୍କ ଅଡୁଆ ବଢ଼ିଛି। ପୂର୍ବରୁ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଏକ ଅଡିଟ୍ ରିପୋର୍ଟକୁ ଭିତ୍ତିକରି ରାଜ୍ୟ ସରକାରଙ୍କୁ ପତ୍ରସଂଖ୍ୟା ୧୫୯୧ (ତାରିଖ ୨୩/୫/୨୦୨୩) ରେ ରାଜସ୍ବ ପର୍ଷଦ ସଚିବଙ୍କୁ ଶ୍ରୀ ଦାଶଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିଥିଲେ।

ତେବେ ଯେହେତୁ ଶ୍ରୀ ଦାଶ ହେଉଛନ୍ତି ଜଣେ ଅତିରିକ୍ତ ସଚିବ ପାହ୍ୟାର ଅଧିକାରୀ, ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା କ୍ଷମତା ରାଜସ୍ବ ବିଭାଗର ନାହିଁ। ତେଣୁ ରାଜସ୍ବ ପର୍ଷଦ ସଚିବ ଡ. ବିଜୟକେତନ ଉପାଧ୍ୟାୟ ଶ୍ରୀ ଦାଶଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପତ୍ରସଂଖ୍ୟା ୮୩୪ (ତାରିଖ ୧/୬/୨୦୨୩)ରେ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗକୁ ସୁପାରିସ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe